ଟାଇକୋଣ୍ଡ ଦେଇଛି ପରିଚୟ, ଆତ୍ମରକ୍ଷା କୌଶଳ ଶିଖୁଛନ୍ତି ଯୁବବର୍ଗ - Soro Taekwondo training

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 30, 2023, 7:24 PM IST

Taekwondo training ବାଲେଶ୍ବର: ନିଜର ଆତ୍ମରକ୍ଷା ପାଇଁ ଟାଇକୋଣ୍ଡ ପ୍ରଶିକ୍ଷଣ ନେଇଥିଲେ, ଏବେ ଛାତ୍ରଛାତ୍ରୀଙ୍କ ଆତ୍ମରକ୍ଷା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି । ଦିନେ ନିଜର ସୁରକ୍ଷା କଥା ଚିନ୍ତା କରିଥିବାବେଳେ ଏବେ ଅନ୍ୟମାନେ କିପରି ନିଜର ସୁରକ୍ଷା ନିଜେ କରିବେ, ସେନେଇ ପ୍ରଶିକ୍ଷଣ ଦେବା ସହ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି । ଏପରିକି ଏହାକୁ ଏବେ ବୃତ୍ତି ଭାବେ ନେଇ ଅନେକ ପିଲାଙ୍କୁ ସେ ଦେଉଛନ୍ତି ଟାଇକୋଣ୍ଡ ପ୍ରଶିକ୍ଷଣ । ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଅତାବୁଲା ଖାନ ।

ସୋର ଅଞ୍ଚଳରେ ରହିଛି ଅତାବୁଲାଙ୍କ ପ୍ରଶିକ୍ଷଣ କେନ୍ଦ୍ର । ପ୍ରଥମେ ୨୦୧୦ରେ ଅତାବୁଲା ୪ ଜଣଙ୍କୁ ନେଇ ଆରମ୍ଭ କରିଥିଲେ ଟାଇକୋଣ୍ଡ ପ୍ରଶିକ୍ଷଣ କେନ୍ଦ୍ର । ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ତାଙ୍କଠାରୁ ପ୍ରଶିକ୍ଷଣ ନେଇ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଟାଇକୋଣ୍ଡ ଖେଳି ସ୍ବର୍ଣ୍ଣ ପଦକ ହାସଲ କରି ପାରିଛନ୍ତି । ଅତାବୁଲା ୧୦ ବର୍ଷରୁ ଆରମ୍ଭ କରି ୩୦ ବର୍ଷ ବୟସର ଯୁବକ ଯୁବତୀଙ୍କୁ ଟାଇକୋଣ୍ଡ ପ୍ରଶିକ୍ଷଣ ଦେଉଛନ୍ତି । ନିଜର ଆତ୍ମରକ୍ଷା ସହିତ ଜିଲ୍ଲା ଓ ଦେଶର ନାମ ରଖିବା ପାଇଁ ବିଭିନ୍ନ ଦେଶକୁ ଯାଇ ପିଲାମାନେ ଟାଇକୋଣ୍ଡ ଖେଳିଥାନ୍ତି । ଏବେ ୪୦ରୁ ଅଧିକ ପିଲାମାନେ ଟାଇକୋଣ୍ଡ ପ୍ରଶିକ୍ଷଣ ନେଉଥିବାବେଳେ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଟାଇକୁଣ୍ଡ ଖେଳରେ ଭାଗ ନେବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । କେବଳ ଯେ ଯୁବକ ତାହା ନୁହେଁ, ଅତାବୁଲାଙ୍କ ନିକଟରେ ପ୍ରଶିକ୍ଷଣ ନେଉଥିବା ଯୁବତୀମାନେ ଆତ୍ମରକ୍ଷା କୌଶଳ ଶିଖିବା ସହ ଅନେକ ସ୍ଥାନରୁ ମେଡାଲ ଜିତିଛନ୍ତି । ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନେ କେମିତି ନିଜର ସୁରକ୍ଷା ନିଜେ କରି ପାରିବେ, ସେନେଇ ଅତାବୁଲା ପ୍ରଶିକ୍ଷଣ ଦେଉଛନ୍ତି । ଏହାସହ ଉତ୍ତମ ପ୍ରଶିକ୍ଷଣ ଦେବାପରେ ପିଲାମାନଙ୍କୁ ଅତାବୁଲା ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଭାଗନେବା ପାଇଁ ଉତ୍ସାହିତ କରୁଛନ୍ତି । ପିଲାମାନେ ଖେଳି କେମିତି ନାଁ ରଖିବେ, ସେକଥାକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ପାରିଶ୍ରମିକ ବାବଦକୁ ଯିଏ ଯେତେ ଦେଲେ ବି କୌଣସି ଆପତ୍ତି କରନ୍ତି ନାହିଁ ଅତାବୁଲା । ବିଶେଷ କରି ଅଧିକ ଝିଅ ପିଲା କିପରି ଟାଇକୋଣ୍ଡ ଖେଳିବେ,  ତା ଉପରେ ଗୁରୁତ୍ବ ଦେଉଛନ୍ତି ଅତାବୁଲା  । 

ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା ପ୍ରେସିଡେଣ୍ଟ କପ ଓପନ ଟାଇକୋଣ୍ଡ ଚମ୍ପିଆନସିପ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.