VIRAL VIDEO: କ୍ଷଣିକ ମଧ୍ୟରେ ଘଟିଲା ମୃତ୍ୟୁ, ନାଚୁ ନାଚୁ ଉଡ଼ିଗଲା ପ୍ରାଣବାୟୁ - ନାଚୁ ନାଚୁ ମୃତ୍ୟୁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17066968-thumbnail-3x2-man-dies.jpg)
ଲକ୍ଷ୍ନୌ: ଧର୍ମନଗରୀ କାଶୀରେ ଘଟିଛି ଦୁଃଖଦ ଘଟଣା । ନାଚୁ ନାଚୁ ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ ଜୀବନ (Man dies while dancing in Procession) । କ୍ଷଣିକ ମଧ୍ୟରେ ଖୁସିର ମୁହୂର୍ତ୍ତ ବିଶାଦରେ ପରିଣତ ହୋଇଛି । ବ୍ୟକ୍ତି ଜଣକ ବରଯାତ୍ରୀ ସହିତ ନାଚୁଥିବା ବେଳେ ତଳେ ପଡ଼ିଯାଇଥିଲେ । ମାତ୍ର ୫ ସେକେଣ୍ଡ ମଧ୍ୟରେ ତାଙ୍କର ପ୍ରାଣହାନି ଘଟିଥିଲା । ଉତ୍ତରପ୍ରଦେଶ ବାରଣାସୀ ବଡି ପିୟରି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ମୃତକ ଜଣକ ନିଜ ଶାଳକର ବିବାହ ଉତ୍ସବ ଲାଗି ମଣ୍ଡୁଆଡିହ ଆସିଥିଲେ । ବରଯାତ୍ରୀ ଲକ୍ଷ୍ନୌ ଅଭିମୁଖେ ବାହୁରୁଥିବା ବେଳେ ଢୋଲ ତାଳରେ ପ୍ରଥମେ ଖୁସିର ମୁହୂର୍ତ୍ତକୁ ଉପଭୋଗ କରୁଥିଲେ ସମ୍ପର୍କୀୟ । ଠିକ ସମୟରେ ମୃତ ବ୍ୟକ୍ତି ମନୋଜ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା ।
Last Updated : Feb 3, 2023, 8:34 PM IST