thumbnail

By ETV Bharat Odisha Team

Published : Nov 12, 2023, 1:38 PM IST

ETV Bharat / Videos

ଅଜଣା ଗାଡି ଧକ୍କାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ରାତ୍ର ଜଗୁଆଳି ମୃତ

ଢେଙ୍କାନାଳ:  ଅଜଣା ଗାଡ଼ି ଧକ୍କାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ରାତ୍ର ଜଗୁଆଳି ମୃତ। ଏଭଳି ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ଜିରିଡାମାଳିର ବାଇପାସ ଛକ ନିକଟରେ  । ତେବେ ମୃତକ ହେଲେ କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗ୍ରାମର ଶତ୍ରୁଘ୍ନ ନାଏକ। ସୂଚନା ଅନୁଯାୟୀ ଶନିବାର ଡ୍ୟୁଟିକୁ ଯାଉଥିବା ବେଳେ ୫୩ ନଂ ଜାତୀୟ ରାଜପଥ ଜିରିଡ଼ାମାଳିର ବାଇପାସରେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଗାଡି ନେଇ ଫେରାର ହୋଇଯାଇଛି ଚାଳକ। ଅନ୍ୟପଟେ ଘଟଣାସ୍ଥଳରେ ସ୍ଥାନୀୟଲୋକ ଶତ୍ରୁଘ୍ନଙ୍କୁ ଉଦ୍ଧାର କରି  ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ତେବେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସମ୍ପୃକ୍ତ ଅଜଣା ଗାଡ଼ିକୁ ଖୋଜୁଛି । 

ଏହା ମଧ୍ୟ ପଢନ୍ତୁ- ରାସ୍ତା କଡରେ ବସି ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିଲେ, ପିଟିଦେଲା ବାଇକ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.