ରାମନବମୀରେ ଭାଇଚାରାର ନିଆରା ନିଦର୍ଶନ ଦେଲା ମାଲକାନଗିରି
🎬 Watch Now: Feature Video
ମାଲକାନଗିରି: ଧୁମଧାମରେ ପାଳିତ ହୋଇଯାଇଛି ଶ୍ରୀରାମ ନବମୀ । ଏନେଇ ସହରରେ ବାଇକ ରାଲି ଅନୁଷ୍ଠିତ ହୋଇଥିବା ବେଳେ ସୁବାସ୍ ଛକଠାରେ ମୁସଲିମ୍ ଭାଇମାନେ ଜୟ ଶ୍ରୀରାମ ନାରା ଦେଇ ଥଣ୍ଡା ସରବତ ବାଣ୍ଟିଥିଲେ । ବଡକଥା ମହମଦ୍ ଅଜିଜ୍ ଜଣେ ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ହିନ୍ଦୁ ପର୍ବ ଶ୍ରୀରାମ ନବମୀ ଖୁସିର ସହ ପାଳନ କରିଛନ୍ତି । ତା ସହ ସମସ୍ତ ହିନ୍ଦୁ ଭାଇମାନଙ୍କୁ ପବିତ୍ର ରାମ ନବମୀର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେହିଭଳି ହିନ୍ଦୁ ଭାଇ ମାନେ ମଧ୍ୟ ମାଲକାନଗିରି ସହର ଏକ ଭାଇଚାରାର ସହର କହିବା ସହ ଏଠି ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ସମସ୍ତେ ମିଶି ସମସ୍ତଙ୍କ ପର୍ବ ପର୍ବାଣୀରେ ସାମିଲ୍ ହୁଅନ୍ତ । ଅନ୍ୟପଟେ ହିନ୍ଦୁମାନଙ୍କ ପବିତ୍ର ରାମ ନବମୀ ସମୟରେ ମୁସଲମାନ ମାନଙ୍କ ରମଜାନ୍ ମାସ ଚାଲିଥିବା ବେଳେ ଏଣୁ ହିନ୍ଦୁ ଭାଇ ମାନେ ମହମଦ୍ ଅଜିଜ୍ ଓ ସମସ୍ତ ମୁସଲମାନ ଭାଇମାନଙ୍କୁ ରମଜାନର ଶୁଭେଚ୍ଛା ଜଣାଇଥିଲେ ।
ଇଟିଭି ଭାରତ, ମାଲକାନଗିରି