କାୟାକଳ୍ପ ପୁରସ୍କାର, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ - କାୟାକଳ୍ପ ପୁରସ୍କାର
🎬 Watch Now: Feature Video
ମାଲକାନଗିରି: ରାଜ୍ୟରେ କାୟାକଳ୍ପରେ ପ୍ରଥମ ସ୍ଥାନ ଅଧିକାର କଲା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଉପଖଣ୍ଡ ଚିକିତ୍ସାଳୟର ମାଥିଲି ମଧ୍ୟ ଚଳିତବର୍ଷ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଏହାକୁ ନେଇ ସଦରମହୋକୁମା ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଫୁଲ୍ଲ କୁମାର ନନ୍ଦ କେକେ କାଟି ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ଡାକ୍ତର ଅନିଲ୍ କୁମାର ମିଶ୍ର, ହସ୍ପିଟାଲ ପରିଚାଳକ, ସମସ୍ତ ଡାକ୍ତର, ନର୍ସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ପଦାଧିକାରୀ ଏବଂ ସମସ୍ତ କର୍ମଚାରୀ ଖୁସି ମନେଇଛନ୍ତି ।
ଚଳିତ ବର୍ଷ ରାଜ୍ୟର ୬ଗୋଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପୁରସ୍କୃତ ହୋଇଛନ୍ତି । ସେଥିମଧ୍ୟରୁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା,ଏମଭି ୭୯ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନାଁ ଏହି ତାଲିକାରେ ସାମିଲ ରହିଛି । ତେବେ କାୟାକଳ୍ପରେ ତୃତୀୟ ଥର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ବିଜୟୀ ଲାଭ କରିଛି । ଆଗକୁ ମାଲକାନଗିରି ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହେବା ପାଇଁ ଲକ୍ଷ୍ୟ ରଖିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ପ୍ରକାଶ କରିଛନ୍ତି । ଏହା ପୁର୍ବରୁ ୨୦୨୨ ମସିହାରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ସ୍ଥାନ ଗ୍ରହଣ କରିଥିଲା । ସେହିଭଳି ୨୦୨୧ ମସିହାରେ ମଧ୍ୟ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାୟାକଳ୍ପରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲା ।
ଇଟିଭି ଭାରତ, ମାଲକାନଗିରି