ରଥଖଳାରୁ ମହାରଣାଙ୍କ ବ୍ୟାଗ ଚୋରୀ - ରଥଖଳାରୁ ମହାରଣାଙ୍କ ବ୍ୟାଗ ଚୋରୀ

🎬 Watch Now: Feature Video

thumbnail

By

Published : May 26, 2023, 10:59 PM IST

ପୁରୀ: ରଥ ଖଳାରୁ ଚୋରି। ମାଳମାଳ ପୋଲିସ କର୍ମଚାରୀଙ୍କ ଉପସ୍ଥିତରେ ରଥ ଖଳାରେ କାମ କରୁଥିବା ଜଣେ ମହାରଣାଙ୍କ ବ୍ୟାଗ ଚୋରି ହୋଇଛି । ଦର୍ପଦଳନ ରଥର ମହାରଣା ରାମଚନ୍ଦ୍ର ମହାରଣାଙ୍କ ବ୍ୟାଗ ସହ ପାରମ୍ପାରିକ ହତିଆର ଚୋରି ହୋଇଛି । ଯାହାର ଦୃଶ୍ୟ ସମ୍ପୂର୍ଣ ସିସିଟିଭିରେ କଏଦ ହୋଇଛି । ଜଣେ ବୃଦ୍ଧ ରଥଖଳାରେ ପଶି ଏକ ସାଇକେଲରେ ଟଙ୍ଗା ଯାଇଥିବା ବ୍ୟାଗକୁ ନେଇ ପଳାଇଛନ୍ତି । ଚୋରି ହୋଇଥିବା ବ୍ୟାଗରେ ରଥ ନିର୍ମାଣରେ ଲାଗୁଥିବା ପାରମ୍ପାରିକ ନିହଣ, ମୁଗୁର, ହାତ କାଠି ଓ କିଛି ଟଙ୍କା ଥିଲା । ତେବେ ସ୍ପଷ୍ଟ ଦିବାଲୋକରେ ରଥ ନିର୍ମାଣରେ ଲାଗିଥିବା ମହାରଣାଙ୍କ ବ୍ୟାଗ ଚୋରି ହୋଇଥିବା ବେଳେ ରଥଖଳା ସୁରକ୍ଷାରେ ଥିବା ମାଳମାଳ ପୋଲିସ କର୍ମଚାରୀ କେମିତି ଜାଣି ପାରିଲେନି ସେନେଇ ଉଠିଛି ପ୍ରଶ୍ନ । ଏହି ଘଟଣା ପରେ ରଥଖଳାର ସୁରକ୍ଷା କେତେ ଢିଲା ତାହା ଜଣାପଡ଼ିଯାଇଛି। ସୁରକ୍ଷା କର୍ମୀ କର୍ତ୍ତବ୍ୟରେ ଅବହେଳା କରିଥିବା ସ୍ପଷ୍ଟ ହୋଇଛି । ରଥ ଖଳାରେ ଯଦି ଦୁର୍ବୃତ୍ତ କିଛି ଅଘଟଣ ଘଟାଇଲେ କିଏ ଦାୟୀ ରହିବ?  ଏହି ଘଟଣା ଆଜି ଅପରାହ୍ନରେ ଘଟିଛି । ମଧ୍ୟାହ୍ନ ଭୋଜନ ପାଇଁ ରଥ ଖଳାରୁ ମହାରଣାମାନେ ଖାଇବା ପାଇଁ ଯାଇ ଥିବା ବେଳେ ଏହି ଚୋରି ଘଟିଛି । ତେବେ ଏହି ଘଟଣା ପରେ ମହାରଣାଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।   

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.