ଜମ୍ମୁ କାଶ୍ମୀରକୁ ରାଜ୍ୟ ପାହ୍ୟା ପାଇଁ ପଦକ୍ଷେପ ନିଅନ୍ତୁ ପ୍ରଧାନମନ୍ତ୍ରୀ: କରନ ସିଂହ
🎬 Watch Now: Feature Video
Published : Dec 11, 2023, 5:12 PM IST
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଧାରା ୩୭୦ ଉଚ୍ଛେଦ ସଂପର୍କିତ କେନ୍ଦ୍ରର ନିଷ୍ପତ୍ତିକୁ ବୈଧ ବୋଲି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି କାଶ୍ମୀରର ପୂର୍ବତନ ମହାରାଜା ହରି ସିଂହଙ୍କ ପୁଅ କରଣ ସିଂହ। ବରିଷ୍ଠ କଂଗ୍ରେସ ନେତା କରଣ ସିଂହ ଆଜିର ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ସ୍ପଷ୍ଟ ହୋଇଗଲା ଯେ, ଜମ୍ମୁ କାଶ୍ମୀରରେ ୩୭୦ ଧାରାକୁ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ସାମ୍ବିଧାନିକ ଭାବେ ବୈଧ ଅଟେ। ତେବେ ଜମ୍ମୁ କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ସେ ଦାବି କରିଛନ୍ତି। ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀରକୁ ପୁଣି ଥରେ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ଶୀଘ୍ର କାମ କରିବାକୁ ଅନୁରୋଧ କରିଛନ୍ତି କରଣ ସିଂହ । ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର । ପରେ ଜମ୍ମୁ କାଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ- ଜମ୍ମୁ କାଶ୍ମୀର ଏବଂ ଲଦାଖ ଗଠନ କରିଥିଲେ କେନ୍ଦ୍ର ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ