thumbnail

କଟକରେ ମହାନଦୀ ଟ୍ରିବ୍ୟୁନାଲ ଟିମ, ସବୁ ବ୍ୟାରେଜରେ ଚାଲିଛି ସମୀକ୍ଷା

By

Published : May 26, 2023, 4:48 PM IST

କଟକ: କଟକ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ପ୍ରଥମେ ସାପୁଆ କେନାଲ, ପରେ ମୁଣ୍ଡଳୀ, ସର୍ପେଶ୍ବର, ନରାଜ ବ୍ୟାରେଜ, ଗଡଗଡିଆ ଓ ପରେ ଜୋବ୍ରା ଆନିକଟ ଗସ୍ତ କରି ମହାନଦୀ ଜଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏଏମ ଖାନୱିଲକରଙ୍କ ନେତୃତ୍ବରେ ଆସିଥିବା ୩୦ ଜଣିଆ ଟିମ୍ ମହାନଦୀର ବିଭିନ୍ନ ଶାଖାନଦୀ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ କଟକ ଜିଲ୍ଲାପାଳ, ଜଳ ସମ୍ପଦ ବିଭାଗ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ।

ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିଥିବାରୁ ଓଡିଶାରେ ମହାନଦୀର ସ୍ଥିତି ବିଗିଡ଼ିବାରେ ଲାଗିଛି । ଦିନକୁ ଦିନ ଜଳସ୍ତର କମିବାରେ ଲାଗିଛି । ଓଡ଼ିଶାବାସୀଙ୍କ ଜୀବନରେଖା କୁହାଯାଉଥିବା ମହାନଦୀର ସ୍ଥିତି ଏବେ ସଙ୍ଗୀନ ଅବସ୍ଥାରେ । ଏହାଛଡ଼ା ମହାନଦୀର ଅବବାହିକାରେ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ସହ ଜୈବ ବିବିଧତା ଉପରେ ମଧ୍ୟ ପ୍ରଭାବ ପଡୁଛି । ଓଡ଼ିଶାରେ ଆରମ୍ଭ ହୋଇଥିବା ଶୁଖାସଡାରୁ ମହାନଦୀର ତଳମୁଣ୍ଡ ଯାଏଁ ଶୁଖିଲା ପଡ଼ିଛି । ତେବେ ଏହି ଟିମ୍ ରାଜ୍ୟରେ ମହାନଦୀ ଅଞ୍ଚଳ ପରିଦର୍ଶନ କରିବା ପରେ ସ୍ଥିତିର ଅନୁଧ୍ୟାନ କରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ । ପୂର୍ବରୁ ଏହି ଟିମ୍ ଝାରସୁଗୁଡା ଏବଂ ଅନୁଗୋଳ ଗସ୍ତ କରିସାରିଛନ୍ତି । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.