ମାଆ କାଳୀଙ୍କୁ ବିଦାୟ ଦେଲେ କଟକବାସୀ - ମାଆ କାଳୀଙ୍କୁ ମେଲାଣି
🎬 Watch Now: Feature Video


Published : Nov 15, 2023, 10:34 PM IST
କଟକ: ଆଜି କଟକରେ ମାଆ କାଳୀଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକ ସହରର ପାଖାପାଖି 70ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ମାଆ କାଳୀଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଆଜି ଭସାଣୀ ଶୋଭାଯାତ୍ର କରାଯାଇଛି । ପାରମ୍ପରିକ ବାଦ୍ୟ ଶହ ଘଣ୍ଟ ଘଣ୍ଟା ନାଚ ଗୀତ ସହ ନିଆଯାଉଛି ମାଆଙ୍କୁ ଦେବିଗଡ଼ା ଅଭିମୁଖେ ନିଆଯାଉଛି। କଟକ ସହରର ବିଭିନ୍ନ ସାହି ଗଳି ମାନଙ୍କରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ବିଦାୟ ଦେଉଛନ୍ତି ସାହିବାସିନ୍ଦା । ଶାନ୍ତି ଶୃଙ୍ଖଳା ସହିତ ଭସାଣି ଯାତ୍ରା ଚାଲିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ମାଆ କାଳୀଙ୍କ ପୂଜା ଆରାଧନା ପାଇଁ ଉତ୍ସବ ମୁଖର ସୋନପୁର
ଅନ୍ୟପଟେ ସିଏମସି ପକ୍ଷରୁ ଦେବୀଗଡା ନିକଟରେ ଅସ୍ଥାୟୀ ପୋଖରୀ ନିର୍ମାଣ କରଯାଇଛି । ଏହାସହ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭସାଣି କିପରି ଶାନ୍ତି ଶୃଙ୍ଖଳା ଶେଷ ହେବ ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରଯାଇଛି। ତେବେ ସକାଳୁ ଆଜି ମଧ୍ୟ ରାତ୍ରି ପର୍ଯ୍ୟନ୍ତ ମାଆଙ୍କ ଭସାଣି କାର୍ଯ୍ୟକ୍ରମ ଜାରି ରହିବ। ତେବେ 12 ତାରିଖରୁ ଆରମ୍ଭ ହୋଇଥିବା ମାଆ ଙ୍କ ପୂଜା ଆଜି ଶେଷ ହେଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାଆଙ୍କ ମେଲାଣି ସମୟରେ ଡିଜେ ବାରଣ କରଯାଇଛି । ପାରମ୍ପରିକ ବାଦ୍ୟରେ ମାଆଙ୍କୁ ଦିଆଯାଉଛି ବିଦାୟ ।
ଇଟିଭି ଭାରତ, କଟକ