VIRAL VIDEO: ବୁଲେଟରେ ବସି ଷ୍ଟଣ୍ଟ ମାରିଲେ ଯୁବକ-ଯୁବତୀ - ଭାଇରାଲ ଭିଡିଓ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18625865-thumbnail-16x9-stunt.jpg)
ଲକ୍ଷ୍ନୌ: ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଭିଡିଓ । ଯେଉଁଥିରେ ବାଇକରେ ଯୁବକ ଯୁବତୀ ଷ୍ଟଣ୍ଟ ମାରୁଥିବା ଦେଖିବାକୁ ମିଳିଛି। ଜଣେ ଯୁବକ ବୁଲେଟ ଚଳାଉଥିବା ବେଳେ ଆଗ ଟାଙ୍କିରେ ବସିଛନ୍ତି ଅନ୍ୟ ଜଣେ ଯୁବତୀ। ଯୁବକ ଯୁବତୀ ଦ୍ବୟ ଷ୍ଟଣ୍ଟ ମାରୁଥିବା ବେଳେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ସେମାନଙ୍କର ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ତଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଆଲିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ବୋଲି କୁହାଯାଉଛି। କିଛି ଦିନ ପୂର୍ବରୁ ହଜରତଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ସ୍କୁଟିରେ ଏପରି ଯୁବକ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କିନ୍ତୁ ଏହା ସତ୍ତ୍ବେ ପୁଣି ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି।