ଲୋକମାନ୍ୟ ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ - ଲୋକମାନ୍ୟ ତିଲକ ରାଷ୍ଟ୍ରୀୟ ପୁରସ୍କାର
🎬 Watch Now: Feature Video
ମୁମ୍ବାଇ: ଆଜି (ଅଗଷ୍ଟ 1) ପୁନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକମାନ୍ୟ ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଲୋକମାନ୍ୟ ତିଲକଙ୍କ ପରିଚୟ ଉତ୍ତରୀୟ, ପୁନେରି ପଗଡି, ସମ୍ମାନ ପତ୍ର ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏକ ଲକ୍ଷର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଲକଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । 1983 ମସିହାରୁ ପ୍ରତିବର୍ଷ ଅଗଷ୍ଟ 1 ତାରିଖରେ ଲୋକମାନ୍ୟ ତିଲକଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ପ୍ରଗତି ଓ ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପୁରସ୍କାର ଦେଇ ସମ୍ମାନିତ କରାଯାଇଥାଏ । ପୁନେ ଗସ୍ତରେ ଆସି ଆଜି ଅନେକ ବିକାଳ ମୂକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ