thumbnail

By ETV Bharat Odisha Team

Published : Dec 21, 2023, 9:18 PM IST

ETV Bharat / Videos

ରେଳ ବୁକିଙ୍ଗ କାଉଣ୍ଟର ସ୍ଥାନାନ୍ତର ନକରିବାକୁ ଦାବି

ସୁବର୍ଣ୍ଣପୁର: ରେଳୱେ ବୁକିଂ କାଉଣ୍ଟର ସ୍ଥାନାନ୍ତର ନକରିବାକୁ ଦାବି । ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ପ୍ରକଳ୍ପରେ ବଲାଙ୍ଗୀର ପଟରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ସବୁ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି । ସୁବର୍ଣ୍ଣପୁର ସହର ନିକଟବର୍ତ୍ତୀ ସିଂଗାରୀ ଠାରେ ନୂତନ ରେଳୱେ ଷ୍ଟେସନ ନିର୍ମାଣ ହେବା ପରେ ସହରର ଟିକେଟ ବୁକିଂ କାଉଣ୍ଟର ନୂତନ ଷ୍ଟେସନକୁ ସ୍ଥାନାନ୍ତର କରିବା ପାଇଁ ରେଳୱେ ବିଭାଗ ନିଷ୍ପତ୍ତି ନେଇଛି । ଫଳରେ ସହରବାସୀଙ୍କୁ ପ୍ରାୟ ଚାରି କିଲୋମିଟର ଦୂର ନୂତନ ଷ୍ଟେସନକୁ ଆଗୁଆ ଟିକେଟ ବୁକିଂ କରିବାକୁ ଯିବାକୁ ପଡିବ । ଟିକେଟ ବୁକିଂ କାଉଣ୍ଟର ସ୍ଥାନାନ୍ତର ନକରିବାକୁ ପତ୍ର ମାଧ୍ୟମରେ ଜିଲ୍ଲା ପ୍ରଶାସନ,କେନ୍ଦ୍ର ରେଳ ମନ୍ତ୍ରଣାଳୟ ତଥା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ, ଛାତ୍ରଛାତ୍ରୀଙ୍କ ଧାରଣା

ସହରବାସୀଙ୍କ ସୁବିଧା ଦୃଷ୍ଟିରୁ ପ୍ରାୟ 18 ବର୍ଷ ତଳେ ସହରର ମଧ୍ୟଭାଗରେ ଖୋଲା ଯାଇଥିବା ଏହି ବୁକିଂ କାଉଣ୍ଟର । ଏହି ପ୍ରକଳ୍ପର ବଲାଙ୍ଗୀର ପଟରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ପ୍ରାୟ 50 କିଲୋମିଟର ରେଳ ପଥ ନିର୍ମାଣ ସହିତ ନୂତନ ଷ୍ଟେସନ ନିର୍ମାଣ ଶେଷ ହେବା ପରେ ଉଦଘାଟନ ଅପେକ୍ଷାରେ ରହିଛି । ରେଳ ବିଭାଗର ଅଧିକାରୀ ଓ ରେଳ ବିଭାଗର ଇଂଜିନିୟରମାନେ ନୂତନ ଷ୍ଟେସନ ପରିଦର୍ଶନ କରିଥିଲେ । ବାକିଆ ରହିଥିବା ଛୋଟ ଛୋଟ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ରେଳ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା ମୂଳକ ଭାବେ ବଲାଙ୍ଗୀରରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ଅନେକବାର ରେଳ ଚଳାଚଳ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ତେବେ ସୁବର୍ଣ୍ଣପୁରବାସୀଙ୍କ ଭିତରେ ରେଳ ଚଳାଚଳକୁ ନେଇ ବେଶ ଉତ୍ସାହ ରହିଥିବା ବେଳେ ସହର ଭିତରେ ଥିବା ରେଳୱେ ବୁକିଂ କାଉଣ୍ଟରକୁ ସ୍ଥାନାନ୍ତର ନକରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.