୫ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଦେଲେ ଲାଇଫ ଗାର୍ଡ - ସମୁଦ୍ରରୁ ପର୍ଯ୍ଯଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ
🎬 Watch Now: Feature Video
ପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଗଲେ ୫ ପର୍ଯ୍ୟଟକ । ଦିଗବାରେଣି ଛକ ବେଳାଭୂମିରେ ଗାଧୋଉଥିବା ବେଳେ କରେଣ୍ଟରେ ପଡ଼ି ୫ଜଣ ପର୍ଯ୍ୟଟକ ସମୁଦ୍ର ଭିତରକୁ ଭାସି ଯାଇଥିଲେ । ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କ ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ହରଚଣ୍ଡୀ ଲାଇଫ ଗାର୍ଡ ସଦସ୍ୟମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ଭିତରକୁ ଯାଇଥିଲେ। ପାଣି ଭିତରେ ଥିବା କରେଣ୍ଟ ପର୍ଯଟକମାନଙ୍କୁ ଅନେକ ଭିତରକୁ ଟାଣି ନେଇଥିଲେ ମଧ୍ୟ ଦୀର୍ଘ ସମୟର ପ୍ରଚେଷ୍ଟା ପରେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଇଥିଲା ଲାଇଫ ଗାର୍ଡ । ଉଦ୍ଧାର ହୋଇଥିବା ପର୍ଯ୍ୟଟକ ମାନେ ହେଲେ ଆଗ୍ରାରୁ ଆସିଥିବା ସୂଚନା ମିଳିଛି । ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ସମୁଦ୍ରରେ କରେଣ୍ଟ ଥିବା ସମୟରେ ପାଣି ଭିତରକୁ ଯିବା ପାଇଁ ଲାଇଫ ଗାର୍ଡ ପରାମର୍ଶ ଦେଇଥାନ୍ତି । କିନ୍ତୁ ପର୍ଯ୍ୟଟକ ସେମାନଙ୍କ କଥା ଶୁଣିନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘର ସଭାପତି ବାଡ଼ି ଶିବା ରାଓ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ପୁରୀ ସମୁଦ୍ରରେ ଲାଇଫ ଗାର୍ଡମାନେ ପୁରୁଣା ବ୍ୟବସ୍ଥାରେ ଲାଇଫ ଗାର୍ଡିଂ କରୁଥିବା ବେଳେ ସେମାନଙ୍କୁ ଆଧୁନିକ ସୁବିଧା ଓ ଟ୍ରେନିଂ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମହାସଂଘର ମୁଖ୍ୟ ଉପଦେଷ୍ଟା ସିଦ୍ଧାର୍ଥ ରାୟ କହିଛନ୍ତି ।
ଇଟିଭି ଭାରତ, ପୁରୀ