ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ କେନ୍ଦୁଝର, ଭକ୍ତିମୟ ପରିବେଶରେ ଚାଲିଛି ମା’ଙ୍କ ଆରାଧନା - ଭକ୍ତିମୟ ପରିବେଶରେ ଚାଲିଛି ମା’ଙ୍କ ଆରାଧନା
🎬 Watch Now: Feature Video


Published : Oct 29, 2023, 11:05 PM IST
କେନ୍ଦୁଝର: ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ କେନ୍ଦୁଝର । ପବିତ୍ର କୁମାରତ୍ସୋବ ସାଙ୍ଗକୁ ଧନଦାତ୍ରୀ ଦେବୀ ମା’ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ଶନିବାର ଠାରୁ ଆନନ୍ଦ ଉଲ୍ଲାସର ପାଳନ କରାଯାଉଛି । ଚନ୍ଦ୍ରଗ୍ରହଣ ପଡୁଥିବାରୁ ବିଧି ମୁତାବକ ମା’ଙ୍କୁ ଆବାହନ ସହିତ ପୂଜାତ୍ସୋବ ଶେଷ ହୋଇଥିବା ବେଳେ କେତେକ ମଣ୍ଡପରେ ବିଳମ୍ବିତ ରାତିରେ ପୂଜା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । କେନ୍ଦୁଝର ସହର ସମେତ ସହର ଉପକଣ୍ଠ ଗୋବିନ୍ଦପୁର, ନରଣପୁର, ପଦ୍ମପୁର, ମୁରୁସୁଆଁ, ଯୋଡା, ବଡବିଲ, ଢ଼େଙ୍କିକୋଟ, ଘଟଗାଁ, ଝୁମ୍ପୁରା, ଘସିପୁରା, ସାଇଁକୁଳ ଆଦି ମୁଖ୍ୟ ବଜାରମାନଙ୍କରେ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜାତ୍ସୋବ ଧୁମଧାମ୍ରେ ଆରମ୍ଭ ହୋଇଛି । ଢ଼େଙ୍କାନାଳ, ଅନୁଗୋଳ, କେନ୍ଦ୍ରାପଡ଼ା ଓ ଚୌଦ୍ୱାର ପରେ କେନ୍ଦୁଝର ଜିଲ୍ଲା ଯୋଡା ଲକ୍ଷ୍ମୀପୂଜା ରାଜ୍ୟର ପ୍ରମୁଖ ପୂଜା ଭାବେ ବେଶ୍ ଖ୍ୟାତି ଅର୍ଜ୍ଜନ କରିଛି । କେନ୍ଦୁଝର ସହରର କାଶୀପୁର ଠାରେ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ସମେତ ବଣିଆପାଟ, କମାରଗୋଡା, ଧୋବାଡିହା, ମାଧପୁର, ଜେଲରୋଡସ୍ଥିତ ନୂଆସାହି, ପୁରୁଣାବଜାର, ନିହାଲସିଂହଲ ଛକ, କଲେଜରୋଡ, ଶିବନାରାୟଣପୁର ସାହି, ଗଡ଼ସାହି, ବଡଦାଣ୍ଡ, ଡେଲିମାର୍କେଟ, ମାଇନିଂରୋଡ, ମଣ୍ଡୁଆ, ଜଗନ୍ନାଥପୁର ଆଦି ଅଞ୍ଚଳରେ ମା’ ଲକ୍ଷ୍ମୀଙ୍କ ପୂଜାତ୍ସୋବ ବେଶ୍ ଧୂମଧାମରେ ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ..ମନ ମୋହୁଛି କନାଟିଆ ଏବଂ ସିନ୍ଦୋଳର ଲକ୍ଷ୍ମୀ ନାରାୟଣ ପୂଜା ପରମ୍ପରା
ଇଟିଭି ଭାରତ, କେନ୍ଦୁଝର