ଦୁର୍ଘଟଣା ସ୍ଥଳରେ କିପରି ଚାଲିଛି ପୁନଃଉଦ୍ଧାର କାର୍ଯ୍ୟ, ଦେଖନ୍ତୁ ଭିଡିଓ

🎬 Watch Now: Feature Video

thumbnail

By

Published : Jun 4, 2023, 6:17 PM IST

ବାଲେଶ୍ବର: ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର ଅପରେସନ ଶେଷ ହେବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଭିତ୍ତିଭୂମି ପୁନଃଉଦ୍ଧାର କାର୍ଯ୍ୟ । କାର୍ଯ୍ୟରେ ଲାଗିଛନ୍ତି ହଜାରରୁ ଅଧିକ ଯନ୍ତ୍ରୀ ଓ ଶ୍ରମିକ । ଲାଗିଛି ଏକାଧିକ ମେସିନ । କ୍ଷତିଗ୍ରସ୍ତ ବଗିକୁ ଧାରଣାରୁ ହଟାଯାଉଛି । ପ୍ରାୟ ଏକ କି.ମି ଅଞ୍ଚଳରେ ନୂଆ ଟ୍ରାକ ବିଛାଯାଉଛି । ଭାଙ୍ଗି ପଡିଥିବା ବିଦ୍ୟୁତ ଖୁଣ୍ଟି ଓ ଓଭର-ହେଡ ବିଦ୍ୟୁତ୍‌ ସରବରାହକୁ ସ୍ବାଭାବିକ କରିବା ପାଇଁ କାର୍ଯ୍ୟ ଜାରି ରଖିଛି ରେଳବାଇ ।

ଦୁର୍ଘଟଣା ପରେ ପୂର୍ବତଟ-ରେଳପଥର ଏହି ମୁଖ୍ୟ ଲାଇନ (ହାଓ୍ବଡା-ଚେନ୍ନାଇ)ରେ ରେଳ ସେବା ପ୍ରାୟତଃ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଗତକାଲି ଉଦ୍ଧାର ଅପରେସନ ଶେଷ ହେବା ପରେ ମୃତ୍ୟୁସଂଖ୍ୟା 275 ସ୍ପଷ୍ଟ ହୋଇଛି । ହଜାରରୁ ଅଧିକ ଆହତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟା ମଧ୍ୟ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଗୋଟିଏ ପଟେ ରେଳସେବା ସ୍ବାଭାବିକ କରିବା ପ୍ରୟାସ ସହ ଦୁର୍ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି ରେଳବାଇ । ଦୁର୍ଘଟଣା ସ୍ଥଳରେ କିପରି ଚାଲିଛି ପୁନଃଉଦ୍ଧାର କାର୍ଯ୍ୟ, ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.