କାହିଁକି ଭସାଣର ଦିନକ ପରେ ଫିରିଙ୍ଗି ବଜାର ମେଢ଼ ବାହାରେ ଶୋଭାଯାତ୍ରାରେ ? - immersion ceremony in cutack

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 26, 2023, 5:21 PM IST

କଟକ: ହଜାର ବର୍ଷର ସହର କଟକରେ ରହିଛି ଅନେକ ପରମ୍ପରା । ବିଶେଷକରି ଦଶହରାକୁ ନେଇ ଅନେକ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ପରମ୍ପରା ରହିଛି।  ଫିରିଙ୍ଗି ବଜାର ପୂଜା ମଣ୍ଡପ ଭସାଣ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଆରା । ଏହି ମଣ୍ଡପର ଭସାଣ ଶୋଭାଯାତ୍ରା ସବୁଠୁ ଶେଷରେ କରାଯାଇଥାଏ । ଅର୍ଥାତ ଭଷାଣର ଦିନକ ପରେ ହୋଇଥାଏ। ସବୁ ମେଢ଼ ବିସର୍ଜନ ସରିବା ପରେ ଏହି ମଣ୍ଡପରେ ମା'ଙ୍କର ବିସର୍ଜନ କରାଯାଇଥାଏ । ଏହି ପରମ୍ପରା ଏବେକାର ନୁହେଁ ବରଂ ଦୀର୍ଘ ବର୍ଷର ପରମ୍ପରା। କୁହାଯାଏ, ୧୯୨୨ ମସିହାରୁ ଏହି ପରମ୍ପରା ରହି ଆସିଛି।

ଏହା ବି ପଢନ୍ତୁ...Durga Idol Immersion Ceremony: ରାଜନଗରରେ ପ୍ରାଚୀନ ପରମ୍ପରା, ଚାପ ଖେଳି ମେଲାଣି ନେଲେ ମହାମାୟା

କେବଳ ସେତିକି ନୁହେଁ, ଏହି ମଣ୍ଡପରେ ଭସାଣ ପରଦିନ ମା'ଙ୍କ ପାଖରେ ସିନ୍ଦୁର ଖେଳ ହୋଇଥାଏ। ସାହିର ସମସ୍ତ ମହିଳାମାନେ ମଣ୍ଡପରେ ଉପସ୍ଥିତ ରହି ମା'ଙ୍କ ପାଖରେ ସିନ୍ଦୁର ଖେଳିବାର ନିଆରା ପରମ୍ପରା ଆଜି ବି ବଜାୟ ରହିଛି। 

ସେହିପରି  ଭଷାଣ ଶୋଭାଯାତ୍ରାରେ ସାହିର ସମସ୍ତ ମହିଳାମାନେ ସାମିଲ ହେବାର  ପରମ୍ପରା ରହିଛି । ଏହି ପରମ୍ପରା କେବଳ ଏହି ଫିରିଙ୍ଗି ବଜାର ପୂଜା ମଣ୍ଡପରେ ହିଁ ଦେଖିବାକୁ ମିଳିଥାଏ। ତେଣୁ ଆଜି ଏହି ମଣ୍ଡପରେ ମା'ଙ୍କର ଭଷାଣ ଶୋଭାଯାତ୍ରା । ସକାଳୁ ସାହିର ମହିଳାମାନେ ମା'ଙ୍କ ପାଖରେ ସିନ୍ଦୁର ଖେଳିଥିବା ଦେଖିବାକୁ ମିଳିଥିଲା। 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.