thumbnail

By ETV Bharat Odisha Team

Published : Sep 1, 2023, 6:35 PM IST

ETV Bharat / Videos

ଟକେରିଗୁଡା ଜଙ୍ଗଲରେ କୁମ୍ବିଂ ଅପରେସନ, ଲ୍ୟାଣ୍ଡମାଇନ ଉଦ୍ଧାର

କନ୍ଧମାଳ: କୁମ୍ବିଂ ଅପରେସନ ବେଳେ ଫିରିଙ୍ଗିଆ ଥାନା ଟକେରି ଗୁଡା ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ଥାନା ପୋଡି ଘଟଣାକୁ ସମର୍ଥନ କରି ନିରୀହ ଜନସାଧାରଣଙ୍କୁ ଜେଲ୍‌ ପଠାଇବାକୁ ବିରୋଧ ଏବଂ ଗଞ୍ଜେଇ ଚାଷକୁ ମାନ୍ୟତା ଦେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ଲାଲବାହିନୀ । ଏନେଇ ଗୁରୁବାର କନ୍ଧମାଳ, ବୌଦ୍ଧ, ନୟାଗଡ, କଳାହାଣ୍ଡି ଆଦି ୪ଟି ଜିଲ୍ଲାକୁ ୧୨ ଘଣ୍ଟିଆ ବନ୍ଦ ନେଇ ମାଓ ପୋଷ୍ଟର ଜାରି ହୋଇଥିଲା ।

ତେବେ ଆଜି ୯୯ ବାଟାଲିୟନର ବିଏସ୍‌ଏଫ୍‌ ଏବଂ ଏସ୍‌ଓଜି ଯବାନମାନେ କୁମ୍ବିଂ ଅପରେସନ ଜାରି ରଖିଥିବା ବେଳେ ଲ୍ୟାଣ୍ଡଲାଇନ ସହ ଅନେକ ସାମଗ୍ରୀ ଜବତ ହୋଇଛି । ଗୁରୁବାରଠାରୁ ସାଡୀଙ୍ଗିଆରେ ଥିବା ଟକେରିଗୁଡା ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରିଥିଲେ ଯବାନ । ଆଜି ସକାଳ ପ୍ରାୟ ୮ଟା ବେଳେ ଜଙ୍ଗଲ ମଧ୍ୟରୁ ୨ ଲିଟର ଟିଫିନ ବୋମା, ୫୦ ଗ୍ରାମ ଜିଲେଟିନ,୬ ଭୋଲ୍ଟ କସ୍ମସ ବ୍ୟାଟେରୀ ଆଦି ମାଓ ସାମଗ୍ରୀ ସମେତ ଜୀବନ୍ତ ଲ୍ୟାଣ୍ଡମାଇନ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଯବାନ l 

ଏହା ବି ପଢନ୍ତୁ...ନିର୍ବାଚନ ପୂର୍ବରୁ ନକ୍ସଲ ଭୟ, ପଡୋଶୀ ମାଓବାଦୀଙ୍କ ପାଇଁ ଚିନ୍ତାରେ ପୋଲିସ

ଜଙ୍ଗଲ ମଧ୍ୟରେ ଲ୍ୟାଣ୍ଡ୍‌ମାଇନ ବିଛା ଯାଇଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯବାନ । ପ୍ରାୟ ୨୦ ଘଣ୍ଟାରୁ ଉର୍ଦ୍ଧ୍ବ ଅପରେସନ ପରେ ଲ୍ୟାଣ୍ଡ୍‌ମାଇନ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି  l ଅପରେସନରେ ଡଗ୍‌ ସ୍କ୍ୱାଡ୍‌, ଓ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ସାମିଲ ରହିଥିଲେ । ପୂର୍ବରୁ କିଆମୁଣ୍ଡା ଅଞ୍ଚଳରେ ଲ୍ୟାଣ୍ଡ୍‌ଲାଇନ୍‌ ବିସ୍ଫୋରଣରେ ଜଣେ ଛେଳି ଚରାଳିଙ୍କ ଜୀବନ ଯାଇଥିବାର ନଜିର ରହିଛି । 

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.