ମିଳିଲାନି ପୁରା ପାରିଶ୍ରମିକ ! ମର୍ସିଡିଜ କାର ଜାଳିଦେଲେ ଶ୍ରମିକ - ଶ୍ରମିକଙ୍କ ଅଗ୍ନିକାଣ୍ଡ
🎬 Watch Now: Feature Video

ନୂଆଦିଲ୍ଲୀ: କାମ କରିଥିଲେ ହେଲେ ମିଳଲାନି ପୁରା ପାରିଶ୍ରମିକ । ବାରମ୍ବାର ବକେୟା ପାରିଶ୍ରମିକ ମାଗି ନିରାଶ ହେବା ପରେ କ୍ରୋଧରେ ବାହାରେ ଥୁଆ ହୋଇଥିବା ମାଲିକର ବ୍ୟୟବହୁଳ ମର୍ସିଡିଜ କାରରେ ନିଆଁ ଲଗେଇଦେଲେ । ଜଣେ ଶ୍ରମିକଙ୍କ ଏପରି ପ୍ରତିଶୋଧାତ୍ମକ କାର୍ଯ୍ୟ ଦେଖିବାକୁ ମିଳିଛି ନୋଏଡା ସେକ୍ଟର-39 ଏରିଆରେ । ତେବେ ଶ୍ରମିକଙ୍କ ଏପରି କାରନାମା ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏକ ଟାଇଲ୍ସ କାମ ବାବଦକୁ 2 ଲକ୍ଷ 68 ହଜାର ଟଙ୍କା ବାକେୟା ରଖିଥିଲେ ସମ୍ପୃକ୍ତ ମାଲିକ । ବରମ୍ବାର ଟଙ୍କା ପାଇବା ପାଇଁ ପ୍ରୟାସ କରି ନିରାଶ ହେବା ପରେ ଶ୍ରମିକଜଣଙ୍କ ଏପରି କାଣ୍ଡ ଭିଆଇଛନ୍ତି । ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ପୋଲିସ ତଦନ୍ତ ଜାରି ରଖିଛି । ଦେଖନ୍ତୁ ସେହି ଭିଡିଓ
Last Updated : Feb 3, 2023, 8:27 PM IST