ରାସ୍ତା ଉପରେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ କୁଜଙ୍ଗ ବିଡିଓ, ଭିଡିଓ ଭାଇରାଲ - ବ୍ୟକ୍ତିଙ୍କୁ ଚାପୁଡା ମାରିଲେ କୁଜଙ୍ଗ ବିଡିଓ

🎬 Watch Now: Feature Video

thumbnail

By

Published : Jun 28, 2023, 8:51 AM IST

Updated : Jun 28, 2023, 2:27 PM IST

ଜଗତସିଂହପୁର: ରାସ୍ତା ଉପରେ ବିଡିଓଙ୍କ ଦବଙ୍ଗଗିରି । ସମସ୍ତଙ୍କ ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ ଜଗତସିଂହପୁର କୁଜଙ୍ଗ ଭିଡିଓ । ବିଡିଓ ମାଡ଼ ମାରୁଥିବା ସମୟର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଭିଡିଓରେ ଦେଖାଯାଇଛି, କୁଜଙ୍ଗ ବିଡ଼ିଓ ସୋମ୍ୟଶ୍ରୀ ପାଣିଗ୍ରାହୀ ଜଣେ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ମାଡ଼ ମାରୁଥିବାର ଦୃଶ୍ୟ ସାରା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାଟି ଗତକାଲିର(ମଙ୍ଗଳବାର)  ।

ଖବର ନେବାରୁ ଜଣାପଡ଼ିଛି ଯେ, କାଲି ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ କୁଜଙ୍ଗ ବିଡ଼ିଓ ସୋମ୍ୟଶ୍ରୀ ପାଣିଗ୍ରାହୀ ଏକ ସ୍କୁଟି ଯୋଗେ ଯିବା ସମୟରେ ଜଗନ୍ନାଥପୁର ଅଞ୍ଚଳର ମାନସିକ ଅନଗ୍ରସର ବ୍ୟକ୍ତି ଦୁର୍ଗା ଚରଣ ପରିଡାଙ୍କୁ ତାଙ୍କ ଗାଡି ଧକ୍କା ଦେଇଥିଲା । ଦୁର୍ଗା ଚରଣ ଆଘାତ ପାଇ ବିଡ଼ିଓଙ୍କୁ ଅଟକିବା ପାଇଁ କହିଥିଲେ । ହେଲେ ସେ ଗାଡି ନ ଅଟକାଇବାରୁ ଦୁର୍ଗା ଚରଣ କୁଆଡେ ତାଙ୍କୁ ଗାଳି ଦେଇଥିଲେ  । ଏଥିରେ ଉତକ୍ଷିପ୍ତ ହୋଇ ବାବୁ ଜଣଙ୍କ ରାସ୍ତା ଉପରେ ତାଙ୍କୁ ମାଡ ମାରିଥିଲେ । ଏହି ଘଟଣାକୁ ନେଇ କୁଜଙ୍ଗ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି । ଜଣେ ସରକାରୀ ଅଧିକାରୀ କିଭଳି ଭାବେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଆଇନକୁ ହାତକୁ ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଅପରପକ୍ଷରେ କୁଜଙ୍ଗ ବିଡ଼ିଓ ସୌମ୍ୟଜିତ ପାଣିଗ୍ରାହୀ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ଯେ, ସେ ଯିବା ସମୟରେ ଜଗନ୍ନାଥପୁରର ଦୁର୍ଗା ଚରଣ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ସେଥିରେ ସେ ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିବା ନିଜେ ସ୍ବୀକାର କରିଛନ୍ତି । ତେବେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏହି ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଡ଼ ଖାଇଥିବା ଦୁର୍ଗା ଚରଣ ବିଡ଼ିଓଙ୍କ ବିରୋଧରେ କୁଜଙ୍ଗ ଥାନାରେ ଅଭିଯୋଗ କରିଥିବା କହୁଥିବା ବେଳେ କୁଜଙ୍ଗ ଥାନା ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ରାତି ୯ଟା ସୁଦ୍ଧା ଏହି ଘଟଣାରେ ଉଭୟଙ୍କ ପକ୍ଷରୁ ଏତଲା ହୋଇନଥିବା ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jun 28, 2023, 2:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.