ବାହୁଡା ଯାତ୍ରାର କଣ ରହିଛି ମାହାତ୍ମ୍ୟ, ଶୁଣନ୍ତୁ ସଂସ୍କୃତି ପ୍ରଚାରକଙ୍କ ମୁହଁରୁ - ଚଳଚଞ୍ଚଳ ଶ୍ରୀକ୍ଷେତ୍ର

🎬 Watch Now: Feature Video

thumbnail

By

Published : Jun 28, 2023, 12:58 PM IST

ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଠାକୁର । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ସମାଗମ ହେଲାଣି । ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟି ଆସୁଛନ୍ତି ଶ୍ରୀକ୍ଷେତ୍ର । ଆଜି ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ । ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଛି । ଖେଚେଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିଛନ୍ତି ତିନିଠାକୁର । ଧାଡି ପହଣ୍ଡିରେ ରଥକୁ ବିଜେ କରିଲେ ମହାବାହୁ । ସେହିପରି ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବା ନେଇ ନୀତିନିର୍ଘଣ୍ଟ ହୋଇଛି । ଆଜି ମାଉସୀ ମା' ମନ୍ଦିରରେ ପୋଡ ପିଠା ଖାଇବେ ଶ୍ରୀଜିଉ । ବାହୁଡା ଯାତ୍ରାର କଣ ମାହାତ୍ମ୍ୟ ରହିଛି । ଏନେଇ ଶୁଣନ୍ତୁ କଣ କହୁଛନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ ଜୀବନାନନ୍ଦ ଶତପଥୀ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.