ବରଗଛରେ ଲୁଚିଥିଲା ବିରାଟ ଅହିରାଜ, ଧରି ନେଲା ସ୍ନେକ ହେଲ୍ପଲାଇନ

By

Published : Apr 15, 2023, 1:03 PM IST

thumbnail

ଢେଙ୍କାନାଳ: ବରଗଛରୁ ବିରାଟ ଅହିରାଜ ସାପ ଉଦ୍ଧାର । 17 ଫୁଟ ଲମ୍ବର ଅହିରାଜକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ । ଜିଲ୍ଲାର ଦିନବନ୍ଧୁପୁର ଗ୍ରାମର ଏକ ବରଗଛରୁ ଅହିରାଜ ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ସୂଚନା ମିଳିଛି । ଗତକାଲି( ଶୁକ୍ରବାର) ଦିନବନ୍ଧୁପୁର ଗ୍ରାମ ନିଆକଟ୍ରେ ନିକଟରେ ଥିବା ଏକ ବରଗଛରେ ଅହିରାଜ ସାପ ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନକୁ ଖବର କରିଥିଲେ । ଖବର ପାଇ ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୌମ୍ୟଜିତ ରଥ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ବନ କର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ସାପଟିକୁ ଛାଡି ଦିଆଯାଇଥିବା ଜଣାପଡିଛି । ନିକଟରେ ଖୋର୍ଦ୍ଧା ବାଣପୁର ଉପଖଣ୍ଡ କାରାଗାରରୁ ଏକ ବିରାଟ ଅହିରାଜ ସାପ ଉଦ୍ଧାର କରାଯାଇଥିଲା । 10 ଫୁଟ ଲମ୍ବର ସାପକୁ ଉଦ୍ଧାର ସ୍ନେକ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରିଥିଲେ । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.