ଶେଷ ହେଲା ଖୁଦୁରୁକୁଣୀ ଓଷା, ଭାଇର ମଙ୍ଗଳ କାମନା କରି ଭଉଣୀ ରଖିଥିଲା ବ୍ରତ - ଖୁଦୁରୁକୁଣୀ ଓଷା

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 25, 2023, 8:49 AM IST

ନିଆଳି/ବାଲିପାଟଣା: ଓଡିଆ ଘରେ 12 ମାସରେ ତେର ପର୍ବ । ସେଥି ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ । ଭାଦ୍ରବ ମାସର ପ୍ରଥମ ରବିବାର ଠାରୁ ଏହି ଖୁଦୁରୁକୁଣୀ ଏଶା ଆରମ୍ଭ ହୋଇଥାଏ । ବାଇର ଶୁଭ ମନାସୀ ଭଉଣୀ ମାଆ ମଙ୍ଗଳାଙ୍କୁ ପୂଜା କରିଥାଏ । ଚଳିତ ଥର ଖୁଦୁରୁକୁଣି ଓଷା 4 ପାଳି ପଡିଥିବା ବେଳେ ରବିବାର ରହିଥିଲା ଶେଷ ପାଳି । ମାଆ ମଙ୍ଗଳାଙ୍କ ମୂର୍ତ୍ତିକୁ ପୂଜା କରିଥିଲେ ତରୁଣୀ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ବଧମାଳିପୁର ଓ ଆଖପାଖ ଅଞ୍ଚଳରେ ପାଳିତ ହୋଇଯାଇଛି ଖୁଦୁରୁକୁଣୀ ଓଷା ।  ରବିବାର ଓଷାର ଶେଷ ପାଳି ଥିବାରୁ ମାଆ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା ପରେ ମେଲାଣୀ ଦିଆଯାଇଛି । ଚଳିତ ବର୍ଷ ଖୁଦୁରୁକୁଣୀ ଓଷା ଚାରି ପାଳି ପଡିଥିଲା । 4ଟି ରବିବାରରେ ମାଆଙ୍କୁ ପୂଜାର୍ଚ୍ଚନା କରିଥିଲେ ତରୁଣୀ । ପ୍ରତ୍ୟେକ ବର୍ଷ ଓଡ଼ିଆ ଘରର କୁମାରୀ ଝିଅମାନେ ଖୁଦୁରୁକୁଣୀ ଓଷା ଆନନ୍ଦ ଉଲ୍ଲାସର ସହ ପାଳନ କରି ଆସୁଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ଜଗତସିଂହପୁରରେ ଶେଷ ହେଲା ଖୁଦୁରୁକୁଣୀ ଭସାଣ ଉତ୍ସବ

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.