ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ, ଗୋ ବ୍ୟାକ ନାରା ଦେଲେ ଓଳସିଂ ଗ୍ରାମବାସୀ - bhubaneswar mp aparajita sarangi
🎬 Watch Now: Feature Video
ଖୋର୍ଦ୍ଧା: ଗୋ ବ୍ୟାକ ଗୋ ବ୍ୟାକ ଅପରାଜିତା ଷଡଙ୍ଗୀ । ନିଜ ସଂସଦୀୟ କ୍ଷେତ୍ରରେ ଏମିତି କିଛି ଶୁଣି ସହ୍ୟ କରି ନପାରି ଘଟଣାସ୍ଥଳରୁ ଫେରି ଆସିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ପୁଣି ଥରେ ଲୋକପ୍ରିୟ ସାଂସଦ ବୋଲାଉଥିବା ଅପରାଜିତାଙ୍କୁ ଜୋରଦାର ବିରୋଧ ହୋଇଛି । ବିଜେପି କର୍ମୀଙ୍କ ପୁଞ୍ଜିଭୂତ ଅସନ୍ତୋଷର ଶିକାର ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଓଳସିଂ ଗ୍ରାମକୁ ଯାଇଥିବାବେଳେ ଦଳୀୟ କର୍ମୀମାନେ ରାସ୍ତାରେ ପଥର ଥୋଇ ତାଙ୍କର ରାସ୍ତା ଅବରୋଧ କରି ଗୋ ବ୍ୟାକ ଅପରାଜିତା ନାରା ଦେଇଥିଲେ । 4 ବର୍ଷ ହେବ କୁଆଡ଼େ ଯାଇଥିଲ ବୋଲି କର୍ମୀ ଓ କର୍ମକର୍ତ୍ତା ମାନେ ପ୍ରଶ୍ନ କରିଥିଲେ । ଭୋଟରେ ଏହାର ଜବାବ ମିଳିବ ବୋଲି କର୍ମୀମାନେ ରୋକଠୋକ କହିଥିଲେ । କର୍ମୀମାନଙ୍କ ରୋଷ ଓ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ନ ପାରି ଶେଷରେ ସାଂସଦ ସେଠାରୁ ଫେରିଆସିବାକୁ ବାଧ୍ୟ ହୋଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଛି ।