ଧୁମଧାମରେ ପାଳିତ ହେଲା ଖଣ୍ଡୁଆଳ ଯାତ୍ରା, ଆଦିବାସୀ ଗୀତ ତାଳେତାଳେ ଝୁମିଲେ ଦର୍ଶକ - ଆଦିବାସୀ ଗୀତ ତାଳେତାଳେ ଝୁମିଲେ ଦର୍ଶକ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 29, 2023, 9:53 PM IST

ଭବାନୀପାଟଣା: ଆରମ୍ଭ ହୋଇଛି କର୍ଲାପାଟ ଇଷ୍ଟଦେତା ଖଣ୍ଡୁଆଳ ଦେବୀଙ୍କ ଯାତ୍ରା । କର୍ଲାପାଟ ଅଭୟାରଣ୍ୟର ପର୍ବତ ଶିଖରରେ ପୂଜା ପାଆନ୍ତି ଖଣ୍ଡୁଆଲ ଦେବତା । ଆଉ କାଣୀଗୁମ୍ମା ଗାଁ ଲୋକଙ୍କ ଏହି ଦେବୀକୁ ନିଜର ଇଷ୍ଟଦେତା ମାନ୍ୟତା ଦେଇ ପୂଜାର୍ଚ୍ଚନା କରି ଆସୁଛନ୍ତି । ଏହି ଯାତ୍ରାରେ ଆଖପାଖ ପ୍ରାୟ ୩୧ଟି ଗାଁ ଲୋକେ ସାମିଲ ହୁଅନ୍ତି । ବିଧିବିଧାନ ପୂର୍ବକ ଦେବୀଙ୍କୁ ସକାଳେ ପୂଜାର୍ଚ୍ଚନା କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ମଙ୍ଗଳ କାମନା ପାଇଁ ରାଜରାଜୁଡା ଶାସନ ସମୟରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରା । ତେବେ ନିଜ ମାନସିକ ପୂରଣ ପାଇଁ ଭକ୍ତ ମାନେ ପଶୁବଳି ବି ଦେଇଥାନ୍ତି । ଏହି ଯାତ୍ରା ମାଧ୍ୟମରେ ଖଣ୍ଡୁଆଲ ଦେବତାଙ୍କ ପୂଜାର୍ଚ୍ଚନା ଦ୍ବାରା ଗାଁକୁ ରୋଗପୋକ ଦାଉରୁ ରକ୍ଷା ମିଳିଥାଏ ବୋଲି ଅଞ୍ଚଳବାସୀଙ୍କ ବିଶ୍ବାସ ରହିଛି। ୧୯୯୨ ମସିହା ଠାରୁ  ଖଣ୍ଡୁଆଳ ପୂଜା କମିଟି ଆଦିବାସୀ ମହିଳାଙ୍କ ବିକାଶ ପାଇଁ ଜୀବନଜୀବିକା ତଥା କଳା ସଂସ୍କୃତିକୁ ନେଇ ଅନେକ ପ୍ରତିଯୋଗିତା । ଯାହାକୁ ନେଇ ବେଶ ଉତ୍ସାହିତ ହୋଇ ପଡୁଥିଲେ ଆଦିବାସୀ ମହିଳା । ସାଂସ୍କୃତୀକ କାର୍ଯ୍ୟକ୍ରମ ରେ ଦୁଲୁକି ଉଠିଥିଲା ଖଣ୍ଡୁଆଲ ଯାତ୍ରା ମଞ୍ଚ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଶିକ୍ଷାବିତ୍ ସତ୍ୟନାରାୟଣ ମୁଣ୍ଡ ଚିନା ପ୍ରମୁଖ ଯୋଗ ଦେଇଥିଲେ ।  ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ସାଂସ୍କତିକ କାର୍ଯ୍ୟକ୍ରମ ଆୟୋଜନ ଅଞ୍ଚଳର ଲୁକାଇତ ପ୍ରତିଭାକୁ ଏକ ମଞ୍ଚ ପ୍ରଦାନ କରୁଛି ବୋଲି କହିଛନ୍ତି ଅତିଥିମାନେ ।  
 

ଏହା ମଧ୍ଯ ପଢନ୍ତୁ...Kartik Month: ଆରମ୍ଭ ହେଲା ଧର୍ମମାସ, ଜାଣନ୍ତୁ କାର୍ତ୍ତିକବ୍ରତ ଓ ବାଳଧୂପର ମାହାତ୍ମ୍ୟ

ଇଟିଭି ଭାରତ, କଳାହାଣ୍ତି

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.