ମାଳମାଳ ବ୍ୟାନର ପୋଷ୍ଟର ଘେରରେ କେନ୍ଦୁଝର ସହର, ପ୍ରଶାସନ ନୀରବଦ୍ରଷ୍ଟା - illegal banner poster
🎬 Watch Now: Feature Video
Published : Jan 3, 2024, 11:00 PM IST
Keonjhar City Under Illegal Banner and poster: କେନ୍ଦୁଝର: ମାଳମାଳ ପୋଷ୍ଟର ଘେରରେ ସହର । ଆସିଛି ନୂତନ ବର୍ଷ ୨୦୨୪ । ଏହି ନୂତନ ବର୍ଷକୁ ସମସ୍ତେ ନିଜ ନିଜ ଢଙ୍ଗରେ ପାଳନ କରିବାରେ ବ୍ୟସ୍ତ । ପ୍ରଥମ ଦିନରେ ସକାଳୁ ଠାକୁର ଦର୍ଶନ କରି ବର୍ଷଟି ଆରମ୍ଭ କରିଛନ୍ତି କେନ୍ଦୁଝରବାସୀ ।ଏହାରି ଭିତରେ ରାଜନୈତିକ ବ୍ୟକ୍ତିମାନେ ନିଜର ପ୍ରଚାର ଓ ପ୍ରସାର କରିବା ପାଇଁ ବ୍ୟାନର ପୋଷ୍ଟରରେ ଛାଇଁ ଯାଇଛି କେନ୍ଦୁଝର ସହର । ଫଳରେ ସହରରେ ସୌନ୍ଦର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । କେନ୍ଦୁଝର ପୌରପାଳିକାରେ ବ୍ୟାନର ପୋଷ୍ଟର ଲଗାଇବା ପାଇଁ ସ୍ୱତନ୍ତ୍ର ନିୟମାବଳୀ ଥିବାବେଳେ ଏହାକୁ କେହି ମାନୁନଥିବା ଦେଖିବାକୁ ମିଳିଛି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ନିର୍ବାଚିତ ପ୍ରତିନିଧିଙ୍କ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି ।
ତେବେ ଜିଲ୍ଲାର କୋଣ ଅନୁକୋଣରେ ନିର୍ବାଚିତ ନେତାଙ୍କ ଛଡ଼ା ଆଶାୟୀଙ୍କ ବ୍ୟାନର ଦେଖିବାକୁ ମିଳିଛି । ବିଶେଷ କରି ପୌରପାଳିକାରେ ଏହି ବ୍ୟାନର ସଂଖ୍ୟା ଅଧିକ ରହିଛି । ବ୍ୟାନର ଲଗାଇବା ପାଇଁ ପୌରପାଳିକା ଅଞ୍ଚଳରେ ସ୍ୱତନ୍ତ୍ର ନିୟମ ଥିବାବେଳେ ଏସବୁ ନିୟମ ଯେପରି ପାଣିର ଗାର ପାଲଟିଛି । ପୂର୍ବରୁ ସହର ସାରା ଜିଲ୍ଲା ଟ୍ରକ୍ ସଂଘ୍ ନିର୍ବାଚନ ନେଇ ଆଶାୟୀଙ୍କ ବେଆଇନ୍ ବ୍ୟାନର ଲଗା ଯାଇଥିବା ବେଳେ ପୌରପାଳିକା କେବଳ ନୋଟିସରେ ସୀମିତ ଥିଲା । ସେହିପରି ନୂତନ ବର୍ଷରେ ସରକାରୀ ଦଳ ନେତାଙ୍କ ବ୍ୟାନର ସହ ବିରୋଧୀ ଦଳ ନେତାଙ୍କ ବ୍ୟାନର ସହର ସାରା ଭର୍ତ୍ତି ହୋଇଯାଇଛି । ଏଥିରେ ଖୋଦ୍ ପୌରପାଳିକା ଅଧ୍ୟକ୍ଷା ଆଉ କାଉନସିଲରଙ୍କ ବ୍ୟାନର ରହିଛି । ସେଥିପାଇଁ ପୌରଅଧିକାରୀ ଚୁପଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହାରି ଭିତରେ ପୌରପାଳିକାର ଟିକସ ଆୟକୁ ନେଇ ଆଖି ମୁଜି ଦେଇଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଏହା ମଧ୍ୟ ପଢନ୍ତୁ......ସଡକ ସୁରକ୍ଷା ସଚେତନତା; ରାଜଧାନୀରେ ମହିଳା ପୋଲିସଙ୍କ ବାଇକ ରାଲି
ଇଟିଭି ଭାରତ, କେନ୍ଦୁଝର