ମା' କିଚକେଶ୍ୱରୀଙ୍କ ଦୁର୍ଲଭ ସୁନାବେଶ, ପ୍ରବଳ ଶ୍ରଦ୍ଧାଳୁ ସମାଗମ

By ETV Bharat Odisha Team

Published : Nov 27, 2023, 8:34 PM IST

thumbnail

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' କିଚକେଶ୍ୱରୀ । ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ଠାରେ ରହିଛି ବହୁ ପୁରାତନ ମା' କିଚକେଶ୍ୱରୀ ମନ୍ଦିର । ରାଜା ରାଜୁଡା ଅମଳରୁ ରହିଛି ଏହି ପୂରାତନ ମନ୍ଦିର । ଏହି ମନ୍ଦିରରେ ପ୍ରତ୍ୟକ୍ଷ ଦେବୀ ରୂପେ ମା' କିଚକେଶ୍ବରୀ ପୂଜା ପାଇଥାନ୍ତି । ତେବେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା' କିଚକେଶ୍ୱରୀଙ୍କ ଦୁର୍ଲ୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି । ଦୀର୍ଘ 3 ବର୍ଷ ପରେ ସୁନା ବେଶ ହେଉଥିବାରୁ ମା'ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଅଦି ରାଜ୍ୟ ଗୁଡିକରୁ ଶ୍ରଦ୍ଧାଳୁମାନେ ମା'ଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦେଖିବାକୁ ଆସିଛନ୍ତି ।

ଆଜି ମା' କିଚକେଶ୍ୱରୀ ଭକ୍ତ ମାନଙ୍କୁ ସୁନାବେଶରେ ଦର୍ଶନ ଦେବା ପୂର୍ବରୁ ମନ୍ଦିରର ମୁଖ୍ୟ ଦ୍ୱାର ଓ ମନ୍ଦିର ପରିସରକୁ ବେଶ ସୁନ୍ଦର ଭାବରେ ବିଭିନ୍ନ ପ୍ରକାର ଫୁଲରେ ସୁସଜ୍ଜିତ କରାଯାଇଥିଲା । ବିଶ୍ୱାସ ରହିଛି ଏଠାରେ ସତ୍ ହୃଦୟରେ ମା'ଙ୍କ ପାଖରେ ଯିଏ ଯାହା ମନାସି ଥାଏ ତାହା ନିଶ୍ଚିତ ଭାବେ ପୂରଣ ହୋଇଥାଏ । ତେଣୁ ଆଜିର ଦିନରେ ମା'ଙ୍କ ସୁନାବେଶ ଦର୍ଶନ କରି ତାଙ୍କ ଆଶିର୍ବାଦ ପ୍ରାପ୍ତି ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତେବେ ୧୨ ଶହ ବର୍ଷ ପୁରୁଣା ଏହି ମନ୍ଦିରର ଅନେକ ବିଶେଷତ୍ୱ ରହିଥିବା ବେଳେ ବିଗତ କିଛି ବର୍ଷ ହେବ ମା' ଙ୍କ ଦୁର୍ଲ୍ଲଭ ସୁନାବେଶ ଅନୁଷ୍ଠିତ ହୋଇ ଆସୁଛି ।

ଏହା ମଧ୍ୟ ପଢନ୍ତୁ....ରାହାସ ପୂର୍ଣ୍ଣିମାରେ ଚଳଚଞ୍ଚଳ ଶୂନ୍ୟ ମଣ୍ଡପ, ପାଦୁକା ନେଲେ ଭଲ ହୁଏ ରୋଗ !


 ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.