ଗୋପାଳପୁର ସମୁଦ୍ରରେ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ

By ETV Bharat Odisha Team

Published : Nov 27, 2023, 9:45 AM IST

thumbnail

ବ୍ରହ୍ମପୁର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଉତ୍ସବ ମୁଖର ରାଜ୍ୟ । କୋଣ ଅନୁକୋଣରେ ଲୋକେ ଆଜି ଏହି ପର୍ବକୁ ପାଳିଛନ୍ତି । ଭୋରରୁ ଉଠି ନିତ୍ୟକର୍ମ ସାରି ବୋଇତ ବନ୍ଦାଣ ପାଇଁ ନିକଟସ୍ଥ ନଦୀ, ସମୁଦ୍ର ବା କୌଣସି ଜଳାଶୟକୁ ଯିବାର ପରମ୍ପରା ରହିଛି । ଏହି ଅବସରରେ ଗୋପାଳପୁରରେ ଦେଖିବାକୁ ମିଳିଛି ଅଞ୍ଚଳବାସୀଙ୍କ ଭିଡ଼ । ଗୋପାଳପୁର ସମୁଦ୍ରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣରେ ବହୁ ସଂଖ୍ଯାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇଛନ୍ତି ।
ଏହା ବି ପଢନ୍ତୁ...ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଧର୍ମ ଓ ସଂସ୍କୃତିର ପରମ୍ପରା ବୋଇତ ବନ୍ଦାଣ
ଧର୍ମମାସ କାର୍ତ୍ତିକର ଶେଷ ଦିନରେ ସମସ୍ତ ଡଙ୍ଗା ଭସାଇ ପୁଣ୍ୟ କାମନା କରିଛନ୍ତି । ପରମ୍ପରା ଅନୁଯାୟୀ ବୋଇତ ବନ୍ଦାଣ ତଥା ଡଙ୍ଗା ଭସା ପାଇଁ ଗୋପାଳପୁର ବେଳାଭୂମିରେ ଅଞ୍ଚଳବାସୀଙ୍କ ସମାଗମ ହୋଇଥିଲା । ଏହି ପର୍ବ ପାଳନ କରି ବେଶ ଖୁସି ଥିବା କହିଛନ୍ତି ଶ୍ରଦ୍ଧାଳୁ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.