କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଘାଟ, ଧୁମଧାମରେ ପାଳନ ହେଲା ବୋଇତ ବନ୍ଦାଣ - ବୋଇତ ବନ୍ଦାଣ 2023 ପାଳନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 27, 2023, 11:59 AM IST

ରାଉରକେଲା: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଷ୍ଟିଲ୍‌ ସିଟି ରାଉରକେଲା । ଓଡ଼ିଆର ପୂର୍ବ ପରମ୍ପରା ତଥା ନୌବାଣିଜ୍ୟର ଗାରିମାକୁ ମନେ ପକାଇବା ପାଇଁ ପାଳନ ହୋଇଥାଏ ବୋଇତ ବନ୍ଦାଣ । ରାଉରକେଲାର ବିଭିନ୍ନ ଘାଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭୋରୁ ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ନଦୀ, କେନାଲ ଓ ପୋଖରୀରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. ବୋଇତ ବନ୍ଦାଣ ଉତ୍ସବ ପାଳିଲେ ସୁବର୍ଣ୍ଣପୁରବାସୀ

ରାଉରକେଲା ସହରର କୋଏଲ ନଦୀ ଘାଟ, ବୈକୁଣ୍ଠ ଘାଟ, ସେକ୍ଟର ୧୬, ଝିରପାଣି, ଗୋପବନ୍ଧୁ ପାଲ୍ଲୀ, ବାଲୁଘାଟ, ହମିରପୁର, ପାନପୋଷ ଆଦି ସମସ୍ତ ଜାଗାରେ ନଦୀରେ ଏବଂ ପୋଖରୀରେ ଶ୍ରଦ୍ଧାଳକୁମାନେ ଭୋରୁ ଡଙ୍ଗା ଭସାଇଛନ୍ତି ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି । କଦଳୀ ପାଟୁଆ, କାଗଜ, ସୋଲରେ ତିଆରି ଡଙ୍ଗା ତିଆରି କରି ଏହା ଉପରେ ପାନ, ଗୁଆ ଥୋଇ ଧରମ ମାସରେ ଡଙ୍ଗା ଭସାଇଥାନ୍ତି । ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଘାଟରେ ମୁତୟନ କରାଯାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.