ଅଦ୍ଭୁତ ପରମ୍ପରା, ନାଗ ପଞ୍ଚମୀରେ ବିଛା ସହ ଖେଳନ୍ତି ଲୋକେ - କର୍ଣ୍ଣାଟକରେ ନାଗ ପଞ୍ଚମୀରେ ବିଛା ସହ ଖେଳନ୍ତି ଲୋକେ
🎬 Watch Now: Feature Video
ବେଙ୍ଗାଲୁରୁ: ନାଗପଞ୍ଚମୀ ଅବସରରେ କର୍ଣ୍ଣଟକର ଗୁରୁମାଥାକାଲ ତାଲୁକାରୁ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ନାଗପଞ୍ଚମୀରେ କାନ୍ଦାକୁରା ଗ୍ରାମରେ ଥିବା କୋଣ୍ଡାମଶ୍ୱରୀ ମନ୍ଦିରର ଚତୁଃପାର୍ଶ୍ବରେ ଲୋକେ ବିଛା ସହ ଖେଳୁଥିବା ଦେଖାଦେଇଛି । କୋଣ୍ଡାମାଇ ମନ୍ଦିରରେ ଏକ ବିରଳ ବିଛା ମୂର୍ତ୍ତି ରହିଥିବା ବେଳେ ନାଗପଞ୍ଚମୀ ଦିନ ହିଁ ଏଠାରେ ବିଛା ଦେଖାଯାଏ । ଗ୍ରାମବାସୀଙ୍କ କହିବା ଅନୁସାରେ, "ମନ୍ଦିରରେ ବିଛା ମୂର୍ତ୍ତି ପୂଜା ହେତୁ କେହି ସେମାନଙ୍କୁ କାମୁଡ଼ନ୍ତି ନାହିଁ।" ଯଦି ବି କାମୁଡେ ତାହେଲେ ଶରୀରେ ଏହା କୌଣସି ପ୍ରଭାବ ପକାଇ ନଥାଏ । ଦେବୀ ମାଆଙ୍କ ଭଣ୍ଡାର ପ୍ରୟୋଗ ଦ୍ବାରା ଭଲ ହୋଇଯାଇଥାଏ । ଏହା ଦେବୀ କୋଣ୍ଡାମାଇଙ୍କର ଏକ ଚମତ୍କାର ବୋଲି ବିଶ୍ବାସ କରନ୍ତି ଲୋକେ ।
Last Updated : Feb 3, 2023, 8:25 PM IST