SCBରେ ଆହତଙ୍କୁ ଭେଟିଲେ କର୍ଣ୍ଣାଟକ ଶ୍ରମମନ୍ତ୍ରୀ, ଓଡିଶା ସରକାରଙ୍କୁ ଦେଲେ ସାଧୁବାଦ - କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ସନ୍ତୋଷ ଏସ ଲାଡ
🎬 Watch Now: Feature Video
କଟକ: ବାଲେଶ୍ଵର ଟ୍ରେନ ଟ୍ରାଜେଡି । କଟକ ବଡ ଡାକ୍ତରଖାନାରେ ଆହତଙ୍କୁ ଭୋଟିଲେ କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ସନ୍ତୋଷ ଏସ ଲାଡ। କଟକ ଗସ୍ତ କରି ଆସି ଆହତମାନଙ୍କୁ ଭେଟିଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବଙ୍କ ସହ ସାକ୍ଷାତ କରି ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଥିବା କହିଛନ୍ତି । କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ସନ୍ତୋଷ ଏସ ଲାଡ କହିଛନ୍ତି,‘‘ ଓଡିଶା ସରକାର ଆହତଙ୍କର ବେଶ ଭଲଭାବେ ଚିକିତ୍ସା କରୁଛନ୍ତି । ରାଜ୍ୟ ସରକାର ଏଭଳି ଏକ ବଡ ଦୁର୍ଘଟଣାର ସଫଳ ମୁକାବିଲା କରିଛନ୍ତି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । କଟକ, ବାଲେଶ୍ବର ତଥା ଭଦ୍ରକରେ ଆହତଙ୍କ ଚିକିତ୍ସା କାର୍ଯ୍ୟ ଜାରି ରହିଛି । ସମସ୍ତ ରୋଗୀଙ୍କ ଆଶୁ ଆରୋଗ୍ୟ କମନା କରୁଛି । ଏହାସହ ଏଠାକାର ସାଧାରଣ ଲୋକ, ସ୍ବେଚ୍ଛାସେବୀ ଓ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଉଛି ।’’ ଏଭଳି ସମୟରେ ଓଡିଶା ସରକାରଙ୍କୁ କର୍ଣ୍ଣାଟକ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ଲାଡ୍ କହିଛନ୍ତି ।
ଇଟିଭି ଭାରତ, କଟକ