ETV Bharat / technology

30 ଡିସେମ୍ବରରେ ଇସ୍ରୋ ଲଞ୍ଚ କରିବ 'Spadex Mission'; କଣ ଏହାର ଲକ୍ଷ୍ୟ - ISRO SPADEX MISSION

ଆସନ୍ତା ଡିସେମ୍ବର 30 ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା 'ସ୍ପେଡେକ୍ସ ମିଶନ' ଲଞ୍ଚ କରିବାକୁ ଯାଉଛି । କଣ ଏହା ଜାଣନ୍ତୁ...

ISRO TO LAUNCH SPADEX MISSION
ISRO TO LAUNCH SPADEX MISSION (Photo Credit- ISRO)
author img

By ETV Bharat Tech Team

Published : 13 hours ago

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆସନ୍ତା ଡିସେମ୍ବର 30 ତାରିଖରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସ୍ପେଡେକ୍ସ ମିଶନ (Spadex Mission) ଲଞ୍ଚ କରିବାକୁ ଯାଉଛି । ଏହି ମିଶନରେ ଦୁଇଟି ଛୋଟ ମହାକାଶ ଯାନ PSLV-C60 ରକେଟ ସାହାଯ୍ୟରେ ଉତକ୍ଷେପଣ କରାଯିବ । ମିଶନ ଯଦି ସଫଳ ହୁଏ, ତେବେ ଭାରତ ମହାକାଶରେ 'ଡକିଙ୍ଗ' ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିବ ।

ଏହି ମୁହୂର୍ତ୍ତର ସାକ୍ଷୀ ହେବାକୁ ISRO ଦେଶବାସୀଙ୍କୁ ଆମନ୍ତ୍ରଣ କରିଛି । ଇସ୍ରୋ ୱେବସାଇଟ୍ ଅନୁଯାୟୀ, ପଞ୍ଜୀକରଣ ପରେ ଲୋକେ ଲଞ୍ଚ୍ ଭ୍ୟୁ ଗ୍ୟାଲେରୀରୁ ଲାଇଭ୍ ଲଞ୍ଚିଂ ଦେଖିପାରିବେ । ଏଥିପାଇଁ ପଞ୍ଜୀକରଣ ସୋମବାର ସନ୍ଧ୍ୟା 6ଟାରୁ ଆରମ୍ଭ ହୋଇଛି । ଇସ୍ରୋ ଏହାର X ଆକାଉଣ୍ଟରେ PSLV-C60 ରକେଟକୁ ପ୍ୟାଡକୁ ନିଆଯାଉଥିବାର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛି ।

କଣ Spadex ମିଶନର ଉଦ୍ଦେଶ୍ୟ ?

ଇସ୍ରୋର ଏହି ମିଶନର ଉଦ୍ଦେଶ୍ୟ ହେଉଛି ମହାକାଶରେ କୌଣସି ମହାକାଶ ଯାନକୁ 'ଡକ୍‌' ଓ 'ଅନଡକ୍‌' କରିବାର କ୍ଷମତା ପ୍ରଦର୍ଶନ କରିବା । କହି ରଖୁଛୁ କି, ଡକିଂର ଅର୍ଥ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ସହିତ ଯୋଗ କରିବା ଏବଂ ମହାକାଶରେ ସଂଯୁକ୍ତ ଦୁଇଟି ମହାକାଶଯାନର ପୃଥକତାକୁ ଅନଡକିଂ କୁହାଯାଏ । ଚନ୍ଦ୍ରରୁ ନମୁନା ଆଣିବା, ଭାରତୀୟ ମହାକାଶ କେନ୍ଦ୍ର (BAS) ନିର୍ମାଣ ଭଳି ଭାରତର ଉଚ୍ଚାଭିଳାଷୀ ମିଶନ ପାଇଁ ଏହି ଟେକ୍ନୋଲୋଜି ବେଶ ଗୁରୁତ୍ବପୂର୍ଣ୍ଣ ।

Spadex ମିଶନରେ ଅଧିକ କିଛି...

ସ୍ପେଡେକ୍ସ ମହାକାଶ ଯାନକୁ ୟୁଆର ରାୱ ସାଟେଲାଇଟ ସେଣ୍ଟର (URSC) ଦ୍ବାରା ଅନ୍ୟ ଇସ୍ରୋ କେନ୍ଦ୍ର ଯେପରିକି VSSC, LPSC, IISU ଓ LIOS ଦ୍ବାରା ଡିଜାଇନ କରାଯାଇ ନିର୍ମାଣ କରାଯାଇଛି । ସମସ୍ତ ପରୀକ୍ଷଣ ଓ ନିୟମ ପୂରଣ କରିବା ପରେ ଏହି ମହାକାଶ ଯାନକୁ ପ୍ରଥମେ URSC ପରେ SDSCକୁ ନିଆଯାଇସାରିଛି । ଉତକ୍ଷେପଣ ପୂର୍ବରୁ ଏବେ ଏହାର ଅନେକ ପ୍ରସ୍ତୁତି ଓ କିଛି ପରୀକ୍ଷା ନିରୀକ୍ଷା କରାଯାଉଛି । ସ୍ପେଡେକ୍ସ ମିଶନରେ ଦୁଇଟି ଛୋଟ ମହାକାଶ ଯାନ (SDX01 ଓ SDXO2) ରହିଛି, ଯାହାଦ୍ବାରା ମହାକାଶରେ ଡକିଂ ଓ ଅନଡକିଂ ପ୍ରଦର୍ଶନ କରାଯିବ ।

ଏହା ବି ପଢନ୍ତୁ
  1. ଆସନ୍ତାବର୍ଷ ISRO ଲଞ୍ଚ କରିବ ପାୱାରଫୁଲ NISAR ସାଟେଲାଇଟ୍‌; କଣ ଖାସ ଜାଣନ୍ତୁ
  2. ବିଶ୍ବ ସ୍ପେଶ୍‌ ପୁରସ୍କାର ହାତେଇବାଠୁ ୟୁରୋପ ସାଟେଲାଇଟ୍‌ ଲଞ୍ଚ ପର୍ଯ୍ୟନ୍ତ...2024ରେ ISROର ବିରଳ କୀର୍ତ୍ତିମାନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.