ଶ୍ରାବଣ ସୋମବାର, ଧବଳେଶ୍ବର ପୀଠରେ କାଉଡିଆଙ୍କ ଜଳଲାଗି - ଶ୍ରାବଣ ଦ୍ବିତୀୟ ସୋମବାର
🎬 Watch Now: Feature Video
କଟକ: ବାର ମଧ୍ୟରେ ଶ୍ରେଷ୍ଠ ବାର ସୋମବାର । ପବିତ୍ର ଶ୍ରାବଣ ମାସର ଆଜି ଦ୍ୱିତୀୟ ସୋମବାର । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବ ପୀଠ । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ହଜାର ହଜାର କାଉଡିଆଙ୍କ ସମାଗମ ହୋଇଛି । ମାନସିକ କରି କାହିଁ କେତେ ଦୂରରୁ ଆସିଥିବା କାଉଡିଆ ବାବା ଧବଳେଶ୍ଵରଙ୍କୁ ଜଳ ଲାଗି କରିଛନ୍ତି । ରାତ୍ର ୨ଟାରୁ ପହଡ ଖୋଲା ଯାଇ ୧୦୮ ସୁବାସିତ ଜଳରେ ବାବା ଧବଳେଶ୍ବରଙ୍କୁ ସ୍ନାନ ପରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ଵାରା ଫିଟାଯାଇଥିଲା । ବାବା ଧବଳେଶ୍ବରଙ୍କ ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ । ନୂଆ କରି ତିଆରି ହୋଇଥବା କଂକ୍ରିଟ ସେତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସମ୍ପର୍କର ସେତୁ ହୋଇଛି । ଧବଳେଶ୍ବରଙ୍କୁ ଜଳଲାଗି କରି ଖୁସି ବ୍ୟକ୍ତ କରିଛନ୍ତି କାଉଡିଆ ।
ଏହା ବି ପଢନ୍ତୁ...Watch: ଶ୍ରାବଣ ଦ୍ବିତୀୟ ସୋମବାର, ଦର୍ଶନ କରନ୍ତୁ ମହାକାଳଙ୍କ ଭସ୍ମ ଆଳତୀ
ଇଟିଭି ଭାରତ, କଟକ