ଖାଲି ପଡିଛି ଡାକ୍ତର ପଦବୀ, ପୂରଣ ଦାବିରେ ବିଜେପିର ସପ୍ତାହବ୍ୟାପୀ ଅନଶନ - ବିଜେପିର ସପ୍ତାହବ୍ୟାପୀ ଅନଶନ
🎬 Watch Now: Feature Video
Published : Oct 19, 2023, 7:37 PM IST
ଫୁଲବାଣୀ: ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ଦାବିରେ ବିଜେପିର ସପ୍ତାହବ୍ୟାପୀ ଅନଶନ ଆନ୍ଦୋଳନ । ରାଜ୍ୟରେ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ କରୁଥିବା ନାରା ଦେଉଛନ୍ତି । କିନ୍ତୁ ଏହା କେବଳ କନ୍ଧମାଳବାସୀଙ୍କ ପାଇଁ ମିଥ୍ୟା ପ୍ରଚାର ବୋଲି ଅଭିଯୋଗ କରିଛି ବିଜେପି । ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ ରହିଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ଦାବି କରାଯାଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହିଁ ବୋଲି ବିଜେପି ସରକାରଙ୍କୁ ଟାର୍ଗେଟ କରିଛି । ଏହାକୁ ନେଇ ବିଜେପି ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସପ୍ତାହ ବ୍ୟାପି ଅନଶନ ଜାରି ରହିଛି ।
ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ କହିଛନ୍ତି, ‘‘ଘୁ ଉଦୟଗିରିରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଘୁ ଉଦୟଗିରି ବ୍ୟତିତ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତର ହାଜର ହାଜର ରୋଗୀ ନିର୍ଭରଶୀଳ । ବର୍ଷ ଧରି ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ 6 ଗୋଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡି ରହିଛି । ତେଣୁ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଆଖାପାଖ ଅଞ୍ଚଳ ଗୁଡ଼ିକର ରୋଗୀ ଉତ୍ତମ ଚିକିତ୍ସା ପାଇବା ପରିବର୍ତ୍ତେ ଚିକିତ୍ସା ନ ପାଇ ଅର୍ଥିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଛୋଟମୋଟ ରୋଗ ପାଇଁ ବାଧ୍ୟ ହୋଇ ବାରମ୍ବାର ଜିଲ୍ଲା ମୁଖ୍ୟଚିକିତ୍ସାଳୟ କିମ୍ବା ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ଫଳରେ ଗରିବ ନୀରିହ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ 15 ତାରିଖରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଘୁ ଉଦୟଗିରି ମଣ୍ଡଳ ଓ ଗ୍ରାମୀଣ ମଣ୍ଡଳ କାର୍ଯ୍ୟ କର୍ତ୍ତାମାନଙ୍କ ଏକ ସପ୍ତାହବ୍ୟାପୀ ଅନଶନ ଜାରି ରହିଛି । ଆଗାମୀ ଦିନରେ ସରକାର ଦାବି ପୂରଣ ନକରନ୍ତି ତେବେ ବିଜେପି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଘୁ ଉଦୟଗିରି ବଜାର ବନ୍ଦ ସହ ଅଖ ଚକ ବନ୍ଦ କରାଯିବ ।’’
ଏହା ମଧ୍ୟ ପଢନ୍ତୁ..Bhubaneswar Metro Rail: ରାଜ୍ୟ ସରକାରଙ୍କ ମୁଖା ଖୋଲିଲା ବିଜେପି
ଇଟିଭି ଭାରତ, କନ୍ଧମାଳ