ମା' ଶ୍ୟାମାକାଳୀଙ୍କ ଧରାବତରଣ, ଉତ୍ସବ ମୁଖର ଯାଜପୁର - ଯାଜପୁର ଦୀପାବଳି

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 13, 2023, 4:17 PM IST

ଯାଜପୁର: ଦୀପାବଳି ଅବସରରେ ମା' କାଳୀ ଧରାପୃଷ୍ଠକୁ ଆଗମନ କରିଛନ୍ତି । ବିଭିନ୍ନ ପୂଜାମଣ୍ଡପରେ ମଧ୍ୟରାତ୍ରୀରୁ ଆରମ୍ଭ ହେଇଛି ମା' ଶ୍ୟାମାକାଳୀଙ୍କ ପୂଜା । ଏନେଇ ଯାଜପୁର ଟାଉନ ଓ ବ୍ୟାସନଗର ସହରରେ ମଧ୍ୟ ମା'ଙ୍କ ପୂଜାର୍ଚ୍ଚନା ବଡ ଧୁମଧାମରେ ଆରମ୍ଭ କରାଯାଇଛି । ଚଳିତ ବର୍ଷ ଯାଜପୁର ସହରରେ 55ଟି ଓ ବ୍ୟାସନଗର ପୌର ପରିଷଦରେ 15ଟି ପୂଜାମଣ୍ଡପରେ ମା'ଙ୍କ ପୂଜା ଆରମ୍ଭ ହୋଇଛି । ନୂତନ ଭାବେ ପ୍ରଥମଥର ପାଇଁ ବ୍ୟାସନଗର ପୌର ପରିଷଦର ଦଳା ଏବଂ ନହକା ଗୋଲେଇଛକ ମଣ୍ଡପରେ ଆରମ୍ଭ ହୋଇଛି କାଳୀପୂଜା । କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ସହର ବଜାର ।

ସହରର ମୁଖ୍ୟ ରାସ୍ତା ଏବଂ ଅନ୍ୟାନ୍ୟ ସ୍ଥାନରେ ତିଆରି ହୋଇଛି ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣ । ଜିଲ୍ଲାର ଅନେକ ସ୍ଥାନରେ ମୀନାବଜାର ପାଇଁ ଦୋଳି ଓ ଦୋକାନ ଖୋଲା ଯାଇଥିବା ଦେଖିବାକୁ ମିଳିଛି । ଗତକାଲି ମଧ୍ୟରାତ୍ରରୁ ପ୍ରତ୍ୟେକ ପୂଜା ମଣ୍ଡପରେ ମାଙ୍କ କଳସଯାତ୍ରା ଆରମ୍ଭ ହେଇଥିଲା । ରାତି ତମାମ ମା'ଙ୍କ ପୂଜା ଚାଲିଥିବା ବେଳେ ଆଜି ସକାଳୁ ମା' ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ଶେଷ ହୋଇଛି । ସେପଟେ ଆଜି ଠାରୁ ଯାଜପୁର ସହର ଓ ବ୍ୟାସନଗର ପୌର ପରିଷଦରେ 10 ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେଳା ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।  

ଏହା ମଧ୍ୟ ପଢ଼ନ୍ତୁ.......ଧରାବତରଣ କରିବେ ମା' ଶ୍ୟାମାକାଳୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.