thumbnail

ଜଗତସିଂହପୁରର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା’ କାଳୀ

By

Published : Oct 24, 2022, 10:36 PM IST

Updated : Feb 3, 2023, 8:30 PM IST

ଜଗତସିଂହପୁର: ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଏହି କ୍ରମରେ ଦୀପାବଳି ଅବସରରେ ସମଗ୍ର ସହର ଚଳଚଞ୍ଚଳ ହୋଇ ଉଠିଛି । ରଙ୍ଗବେରଙ୍ଗର ଆଲୋକରେ ଝଲସୁଛି ସହରର ବିଭିନ୍ନ ପୂଜା ମଣ୍ଡପ । ମହାମାୟାଙ୍କ ପୂଜା ଆରାଧନା ସହିତ ମନ୍ତ୍ର ଧ୍ୱନୀରେ ପରିବେଶ ମୁଖରିତ ହୋଇ ଉଠିଛି । ତେବେ ଆସନ୍ତାକାଲି ସୂର୍ଯ୍ୟପରାଗ ହେତୁ ମା’ଙ୍କ ପୂଜା ସଅଳ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଦୀପଦାନ ସହିତ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଜିର ଦିନରେ ପ୍ରୟାଶ୍ରାଦ୍ଧ ଦିଆଯାଇଥିଲା । ଇଟିଭି ଭାରତ, ଜଗତସିଂହପୁର
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.