ହିଟ୍ ଆଣ୍ଡ ରନ୍ ଆଇନକୁ କଳାହାଣ୍ଡିରେ ତୀବ୍ର ବିରୋଧ - kalahandi news

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 7, 2024, 7:39 AM IST

Driver Association Protest: ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ୍ ଆଇନକୁ ନେଇ ଡ୍ରାଇଭରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସାରା ଦେଶରେ ବିଭିନ୍ନ ଡ୍ରାଇଭର ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏହି ଆଇନକୁ କଡ଼ା ବିରୋଧ କରାଯାଉଛି । ସରକାରଙ୍କ ନୂଆ ଆଇନକୁ ରଦ୍ଦ କରିବା ସହ ବିଭିନ୍ନ ଦାବି ନେଇ କଳାହାଣ୍ଡି ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି । ଫଳରେ ଯାନବାହାନ ଚଳାଚଳ କରୁନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


ଡ୍ରାଇଭର ମହାସଂଘ ନେତୃତ୍ୱରେ ଆଜିକୁ ୪ ଦିନ ହେଲା ହଜାର ହଜାର ଡ୍ରାଇଭର ଗାଡି ଛାଡି ଆନ୍ଦୋଳନରେ ବସି ରହିଛନ୍ତି । କେନ୍ଦ୍ର ସରକାର ପୁରାତନ ଆଇନକୁ ପରିବର୍ତ୍ତନ କରି ଡ୍ରାଇଭରମାନଙ୍କ ପାଇଁ ନୂତନ ଆଇନ ଅଣାଯାଇଛି । ଏହାକୁ ଡ୍ରାଇଭର ମହାସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ନୂତନ ଆଇନରେ ଗାଡି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୭ ଲକ୍ଷ ଟଙ୍କାର ଜରିମାନା ନିୟମ କରାଯାଇଥିବାରୁ ଏହାକୁ ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଖୋର୍ଦ୍ଧାରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ଅନ୍ୟପଟେ ରାଜ୍ୟ ସରକାରଙ୍କ ଦ୍ୱାରା ଡ୍ରାଇଭରଙ୍କ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ଦିଆଯିବା ନେଇ ଯେଉଁ ଘୋଷଣା କରାଯାଇଥିଲା । ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ନୂତନ ଆଇନକୁ ରଦ୍ଦ ଓ ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ପାଳନ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହିସବୁ ଦାବିକୁ ନେଇ କଳାହାଣ୍ଡି ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଭବାନୀପାଟଣା କେସିଙ୍ଗା ଛତିଗୁଡ଼ା, ମଦନପୁର ରାମପୁର, ଧର୍ମଗଡ ଆଦି ସ୍ଥାନମାନଙ୍କରେ ଡ୍ରାଇଭର ସଂଘର କର୍ମକର୍ତ୍ତା ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.