thumbnail

By ETV Bharat Odisha Team

Published : Sep 6, 2023, 7:18 PM IST

ETV Bharat / Videos

ଜନ୍ମାଷ୍ଟମୀକୁ ନେଇ ଉତ୍ସବମୁଖର ଗାଁ ଠୁ ସହର, କୃଷ୍ଣମୟ ହୋଇ ଉଠିଛି ପରିବେଶ

ଭବାନୀପାଟଣା: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାପୃଷ୍ଠରେ ଅବତରଣ କରିବେ ଭଗବାନ ଶ୍ରୀକୃଷ୍ଣ । ଯାହାକୁ ନେଇ ଗାଁଠୁ ସହର ହୋଇଛି ଉତ୍ସବମୁଖର । କଳାହାଣ୍ଡିର ପୁରପଲ୍ଲୀରେ କୃଷ୍ଣ ଜନ୍ମାଷ୍ଟମୀକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଭବାନୀପାଟଣା ସହରର ମଦନ ମୋହନ ମନ୍ଦିର, ପୁରୁଣାପଡ଼ା ରାଧାକୃଷ୍ଣ ମନ୍ଦିର ସମେତ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଶ୍ରଦ୍ଧାଳୁ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରିଛନ୍ତି । ସେପଟେ ବିଭିନ୍ନ ସଂଗଠନ ପକ୍ଷରୁ ସହରରେ ଶ୍ରୀକୃଷ୍ଣଙ୍କ ଶୋଭାଯାତ୍ରା ସହ କୃଷ୍ଣ ଲୀଳା ନାଟକ ଆୟୋଜିତ ହୋଇଛି ।

ଅଧିକ ପଢନ୍ତୁ..ଗାଁଠୁ ସହର ସବୁଠି ଭକ୍ତିମୟ ପରିବେଶ, ଧରାପୃଷ୍ଠରେ ଜନ୍ମ ନେଲେ ଶ୍ରୀକୃଷ୍ଣ

ଜିଲ୍ଲା ଯାଦବ ଯୁବଶକ୍ତି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ଯୁବକ ବାଇକରେ ରାଲି କରି ଭଗବାନଙ୍କ ଶ୍ରୀକୃଷ୍ଣ ପର୍ଯ୍ୟନ୍ତ ଯାଇ ପୂଜାଅର୍ଚ୍ଚନା କରି ଭୋଗ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ । ସେପଟେ ମଧ୍ୟ ରାତ୍ରରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମ ନେବେ ଯାହାକୁ ନେଇ ଏବେ ସଜେଇ ହୋଇଛି ଭବାନୀପାଟଣା ସହର । ଆସନ୍ତାକାଲି ନନ୍ଦ ଉତ୍ସବ ପାଇଁ ମଧ୍ୟ ବିଭିନ୍ନ ଦେବାଳୟରେ ପ୍ରସ୍ତୁତି ସରିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.