ଭୁବନେଶ୍ବର: ସାରା ଦେଶ ପାଇଁ ଏବେ ସଚେତନତାର ସମୟର ଘଡି। ଏବେବି ଜାରି ରହିଛି ସମାଜରେ ବାଲ୍ୟ ବିବାହ ଭଳି କୁ ପ୍ରଥା। ବିଂଶ ଶତାବ୍ଦୀର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦୁନିଆଁରେ ପହଞ୍ଚିଥିଲେ ବି ଏଭଳି କୁତ୍ସିତ ପ୍ରଥା ଏବେ ସାରା ଦେଶ ପାଇଁ ଚିନ୍ତାର ବିଷୟ ହୋଇଛି। ସଚେତନତା ଅଭାବରୁ ପ୍ରାପ୍ତ ବୟସ ନ ହେଉଣୁ ବିବାହ କରାଯାଉଛି । ଯେଉଁଠି ବିବାହର ବୋଝ ଅନେକ ପରିସ୍ଥିତି ମୁକାବିଲାକୁ ସାମ୍ନା କରୁଛି ନାବାଳକ ଓ ନାବାଳିକା ଟିଏ। ପୁଅଙ୍କ ତୁଳନାରେ ଢେର ଅଧିକ ଝିଅମାନେ ଏଭଳି ବାଲ୍ୟବିବାହ ର ଶିକାର ହେଉଛନ୍ତି । ଏହାକୁ ସାରା ଦେଶରେ ସଚେତନ କରାଯାଉଛି । ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ 'ବାଲ୍ୟ ବିବାହ ମୁକ୍ତ ଭାରତ' ଅଭିଯାନ ଜାରି ରହିଛି । ଓଡିଶାରେ ବାଲ୍ୟ ବିବାହ ରୋକିବାରେ ସଚେତନ କରିବା ମଙ୍ଗ ଧରିଛନ୍ତି ଓଡ଼ିଆ ଝିଅ ସସ୍ମିତା ଓ ସମାଜସେବୀ ଅଳକା ସାହୁ ।
ପ୍ରତି ମିନିଟରେ ତିନି ଜଣ ଝିଅଙ୍କୁ ବାଲ୍ୟ ବିବାହ ପାଇଁ ବାଧ୍ୟ କରାଯାଉଛି:
ଭାରତରେ ୨୩ଭାଗ ବିବାହ ବୟସରୁ ଉପନିତ ହେବା ପୂର୍ବରୁ ବାହା ହେଉଛନ୍ତି। ଓଡ଼ିଶାରେ ୨୦ପ୍ରତିଶତ ପିଲା ବିବାହ କରୁଛନ୍ତି । ଏହା ଭିତରେ ରାୟଗଡାରେ ସର୍ବାଧିକ ୩୯ ପ୍ରତିଶତ ପରେ ନୟାଗଡ ଜିଲ୍ଲାରେ ୩୬ପ୍ରତିଶତ ପିଲା ବାଲ୍ୟ ବିବାହ କରୁଛନ୍ତି। ମିଳିଥିହା ତଥ୍ୟ ଅନୁସାରେ ଭାରତରେ ପ୍ରତି ମିନିଟରେ ତିନି ଜଣ ଝିଅଙ୍କୁ ବାଲ୍ୟ ବିବାହ ପାଇଁ ବାଧ୍ୟ କରାଯାଉଛି । ପ୍ରତିଦିନ ୪୪୦୦ଝିଅ ବାଲ୍ୟ ବିବାହ କରୁଛନ୍ତି ସାରା ଭାରତବର୍ଷ ଭିତରେ ।
ପୁଅଙ୍କ ତୁଳନାରେ ମାତ୍ରାଧିକ ଝିଅମାନେ ବାଲ୍ୟ ବିବାହ କରୁଛନ୍ତି:
ଏପରିକି ବିଶେଷ କରି ୧୫ରୁ ୧୯ ବର୍ଷ ବୟସର ଝିଅ ମାନେ ବର୍ଷକୁ ୯ ପ୍ରତିଶତ ଗର୍ଭଧାରଣ ଶିକାର ହେଉଛନ୍ତି । ୧୬ ବର୍ଷର ଝିଅ ମାନଙ୍କୁ ଗର୍ଭପାତ ସମୟରେ ନବଜାତକ ଶିଶୁ ମୃତ୍ୟୁର ଶିକାର ହେଉଛନ୍ତି । ଏପରିକି ଉଚ୍ଚ ରକ୍ତ ଚାପ ମଧ୍ୟରେ ଗର୍ଭପାତ କରିବା ଭଳି ସମସ୍ୟା ମଧ୍ୟ ଉପୁଜିଥାଏ । ଅଧିକାଂଶ ପୁଅଙ୍କ ତୁଳନାରେ ମାତ୍ରାଧିକ ଝିଅମାନେ ବାଲ୍ୟ ବିବାହ କରୁଛନ୍ତି । ସ୍କୁଲ ବୟସରୁ ଅଧିକାଂଶ ସ୍ଥାନରେ ପ୍ରେମ କରି କେଉଁଠି ଘରୁ ପଳାଇ ଯାଉଛନ୍ତି । କେଉଁଠି ପରିସ୍ଥିତି ଦେଖି ଘର ଲୋକ ସୁବିଧାରେ ବିବାହ କରାଉଛନ୍ତି। କେଉଁଠି ଘରର ଆର୍ଥିକ ସ୍ଥିତି ଦେଖି ଘର ବା ପଡୋଶି ବା ସମ୍ପର୍କିୟ ମାନେ ବାଲ୍ୟ ଅବସ୍ଥାରେ ବିବାହ କରାଇଦେଉଛନ୍ତା । କେଉଁଠି ପାଠ ପଢ଼ିଥିବା ଝିଅଟିକୁ ଘର ବୋଝ ଭାବି ସୁବିଧା ଦେଖି ବିବାହ ପାଇଁ ସାମାଜିକ ସ୍ତରରେ ଚାପ ପଡୁଛି ।
ଏହା ମଧ୍ୟ ପଢନ୍ତୁ-ବାଲ୍ୟ ବିବାହ ମୁକ୍ତ ହେବ ଖୋର୍ଦ୍ଧା, ଶପଥ ନେଲେ ଜିଲ୍ଲାବାସୀ - CHILD MARRIAGE AWARENESS
ଦିନେ ବାଲ୍ୟ ବିବାହର ଶିକାର ହୋଇଥିଲେ, ଆଜି କରୁଛନ୍ତି ସଚେତନ:
ଏଭଳି ଚାପରେ ପଡ଼ି ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାର ପରିସ୍ଥିତିର ମୁକାବିଲା କରି ତିଷ୍ଠି ରହିଥିବା ଜଣେ ଯୁବତୀ ଏବେ ଅନ୍ୟ ଝିଅ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏଭଳି କୁତ୍ସିତ ପ୍ରଥା ବିରୋଧରେ ଲଢେଇ କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ସସ୍ମିତା ସାହୁ । ବାଲ୍ୟ ବିଭାଗ ଭଳି ଦୁଃସାଧ୍ୟ ପରିସ୍ଥିତି ସହ ସେ ଦିନେ ଜୁଝି ହୋଇଥିଲେ । ଦିନେ ନାବାଳିକା ହୋଇ ବିବାହର ବେଦିରେ ବସିବା ପାଇଁ ପରିବାର ଲୋକ ବାଧ୍ୟ ବାଧକତାର ଶିକାର ହୋଇଥିଲେ। ଆଜି ସେ ଜଣେ ରୋଲ୍ ମଡେଲ ଆମ୍ବାସାଡର ସାଜି ବାଲ୍ୟ ବିବାହ ସଚେତନତାର ବ୍ରାଣ୍ଡ ଆମ୍ବାସାଡର ଭାବେ ଦାୟିତ୍ବ ଲିଭାଉଛନ୍ତି । ଏନେଇ ବୁଲି ବୁଲି ସହର ଓ ଗଳି କନ୍ଦିରେ ସଚେତନତା କରୁଛନ୍ତି । ମହିଳା ଓ ସ୍କୁଲ କଲେଜ ପିଲାଙ୍କ ସହ ବାଲ୍ୟ ବିବାହ ପ୍ରଥାକୁ ମୁକ୍ତ ପାଇଁ ସଚେତନତା ପାଇଁ ଅଣ୍ଟା ଭିଡିଛନ୍ତି । ନିଜସ୍ବ ଉଦ୍ୟମରେ ସାମାଜିକ ସଂସ୍ଥା ସହ ମିଶି ନିଜର ଏକ ପ୍ରୟାସ ଜାରି ରଖିଛନ୍ତି । କେବଳ ନିଜ ପରିସ୍ଥିତିର କଷ୍ଟକୁ ଉପଲବ୍ଧି କରି ଅନ୍ୟ କଷ୍ଟ ଦୁର ପାଇଁ ପ୍ରୟାସ ଜାରି ରଖିଛନ୍ତି।
ସସ୍ମିତା ପ୍ରତିକ୍ରିୟାରେ କହିଛନ୍ତି, '' ଯେତେବେଳେ ମୋର ବାଲ୍ୟ ବିବାହ ଠିକ ହୋଇଥିଲା ମୁଁ ପାଠ ପଢୁଥିଲି, ୧୬ବର୍ଷ ବୟସ ହୋଇଥିଲା । ଘର ଲୋକେ ଏକ କର୍ପୋରେଟରେ କାମ କରୁଥିବା ଜଣେ ପୁଅ ସହ ବିବାହ ଠିକ ହୋଇଥିଲା। କିନ୍ତୁ ମୋର ପାଠ ପଢ଼ିବା ପାଇଁ ଇଚ୍ଛା ଥିଲା। ବିବାହ ନକରିବାକୁ ଘର ଲୋକଙ୍କୁ ବୁଝାଇଲି । କିନ୍ତୁ ଭଲ ପ୍ରସ୍ତାବ ଯୋଗୁଁ ଘର ଲୋକେ ବୁଝିଲେ ନାହିଁ । ଶେଷରେ ବାଧ୍ୟ ହୋଇ ଘର ଲୋକଙ୍କ ବିରୋଧରେ ବାଳିକା ମଣ୍ଡଳ ଯାଇ ନିଜର ସମସ୍ୟା ଜଣାଇଥିଲି। ସେମାନେ ମଧ୍ୟ ଆସିକି ଘରେ ବୁଝେଇଲେ । ତଥାପି ଘର ଲୋକ ମଧ୍ୟ ବାହାଘର ପାଇଁ ଜିଦ୍ ଧରିଥିଲେ। ବିବାହ ବନ୍ଦ କରିବାକୁ ଖାଇବା ପିଇବା ବନ୍ଦ କରିଦେଇଥିଲି । ତାପରେ ସେମାନେ ବୁଝିଲେ । ଏବେ କହିବାକୁ କଲେ ମୁଁ ପୁରା ସ୍ବାଧୀନତାର ସହ ବଞ୍ଚୁଛି । ସେମିତି ଆଗକୁ କିଛି କରିକି ନିଜ ଗୋଡ଼ରେ ନିଜେ ଠିଆ ହବାକୁ ଚେଷ୍ଟା ଜାରି ରଖିଛି। ଏବେ ପାଠ ପଢା ମଧ୍ୟ ଜାରି ରହିଛି। ଯେଉଁ ମାନେ 18 ବର୍ଷ ପୂର୍ବରୁ ବାହା ହେଉଛନ୍ତି ସେମାନେ ଏପରି ନକରିକି ପାଠ ପଢନ୍ତୁ । ପରେ 21 ବର୍ଷ ପରେ ବିବାହ କରନ୍ତୁ । ''
ବାଲ୍ୟ ବିବାହ ରୋକିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ କରିଥିଲେ ଅଳକା ସାହୁ:
ସେହିପରି ଦେଶରେ ଆଉ ଜଣେ ରୋଲ୍ ମଡେଲ ହେଉଛନ୍ତି ସମାଜସେବୀ ଅଳକା ସାହୁ। ଯେକି ଜଣେ ଓଡ଼ିଆ ମହିଳା ତଥା ଶିଶୁ ସୁରକ୍ଷା ନେଇ କାମ କରୁଥିବା ସାମାଜିକ କର୍ମୀ । ଅଳକା ସାହୁ ବାଲ୍ୟ ବିବାହ ରୋକିବା ନେଇ ଦାଖଲ କରିଥିଲେ ସୁପ୍ରିମକୋର୍ଟ ପିଟିସନ । ଯାହାର ଆଧାରରେ ଏକ ଐତିହାସିକ ପୂର୍ଣ୍ଣ ଗାଇଡଲାଇନ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଦେଶବ୍ୟାପୀ ଏହି ଗାଇଡ ଲାଇନ ଜାରି କରାଯାଇଛି । ଗାଇଡଲାଇନରେ ବାଲ୍ୟ ବିବାହ ରୋକିବା ନେଇ ଦିଆଯାଇଛି ନିର୍ଦ୍ଦେଶନାମା ଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରପଞ୍ଚଠୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ କିଭଳି ସେମାନଙ୍କର କାର୍ଯ୍ୟ ଭୂମିକା ଉତ୍ତରଦାୟିତ୍ଵ ନିର୍ଦ୍ଦେଶ ରହିଛି।
ଅଳକା ସାହୁ କହିଛନ୍ତି , '' ତେଣୁ ଏହା ଦେଖି ମୁଁ ଭାବିଲି ସାରା ଭାରତ ବର୍ଷରେ ପ୍ରତି ସ୍ତରରେ ପ୍ରତି କ୍ଷେତ୍ରରେ ବାଳିକା ମାନେ ବହୁତ ନିର୍ଯାତନାର ଶିକାର ହେଉଛନ୍ତି । ତାଙ୍କୁ ବାଲ୍ୟ ବିବାହ ମଧ୍ୟ କରାଯାଉଛି । ତେଣୁ ମୁଁ ଭାବିଲି ଯଦି ସୁପ୍ରିମକୋର୍ଟରେ ପିଟିସନ କରିବି ତେବେ ସାରା ଭାରତ ବର୍ଷରେ ପ୍ରତ୍ୟେକ ଗାଁ ବାଲ୍ୟ ବିବାହ ମୁକ୍ତ ହୋଇପାରିବ । ''
ଓଡ଼ିଶାରେ ୨୦.୮ପ୍ରତିଶତ ବାଲ୍ୟ ବିବାହ ଘଟଣା ଘଟୁଛି:
ଏନେଇ ଶିଶୁ ସୁରକ୍ଷା ଦିଗରେ କାମ କରୁଥିବା CWC ସଦସ୍ୟ ବେଣୁଧର ସେନାପତି କହିଛନ୍ତି,'' ଦେଶରେ ୨୩ ପ୍ରତିଶତ ବାଲ୍ୟ ବିବାହ ଘଟଣା ସାମ୍ନାକୁ ଆସୁଛି । ଏପରିକି ଓଡ଼ିଶାରେ ୨୦.୮ପ୍ରତିଶତ ବାଲ୍ୟ ବିବାହ ଘଟଣା ଘଟୁଛି । ଇତି ମଧ୍ୟରେ ତିନିବର୍ଷ ଭିତରେ ୧ଲକ୍ଷ ୭୦ହଜାର ବାଲ୍ୟ ବିବାହ ବନ୍ଦ କରି ସଫଳ ରୋକାଯାଇ ପାରିଛି । ୫୦ହଜାରରୁ ଅଧିକ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପ୍ରତିଷ୍ଠା କରାଯାଇପାରିଛି । ତେଣୁ ଆଗକୁ ଚେଷ୍ଟା ରହିଛି । ଆଗରୁ ଏନେଇ ନିୟମ ଥିଲା କିନ୍ତୁ ଯେପରି ଚାଇଲ୍ଡ ଲାଇନ, ସିଡିପିଓ, ଓସିପିସିଆର ଭଳି କିଛି ନିର୍ଦ୍ଧିଷ୍ଟ ଏଜେନ୍ସି ଏଭଳି କ୍ଷେତ୍ରରେ ଆକ୍ଟିଭ ହୋଇ କାମ କରୁଥିଲେ। ଏବେ କିନ୍ତୁ ତାହା ବ୍ୟାପକ ହୋଇଛି । ଏସପିଙ୍କ ଅଣ୍ଡରରେ ଏକ ଡେଡିକେଟେଡ ଟିମ୍ ରହିବ। ଜିଲ୍ଲାପାଳ ଓ ସରପଞ୍ଚ ପର୍ଯନ୍ତ ସମସ୍ତେ ଅନ୍ତତଃ ପକ୍ଷେ ଉତରଦାୟି ରହିବେ ଯଦି ତାଙ୍କ ଅଞ୍ଚଳରେ ବାଲ୍ୟ ବିବାହ ହୁଏ, ସେନେଇ ଏକ କଠୋର କାର୍ଯାନୁଷ୍ଠାନ ନେଇପାରିବେ। ଏଭଳି ଯଦି ହୁଏ ରାଜ୍ୟ ସରକାର ଯେଉଁ ଭିଜନ ରହିଛି ୨୦୩୦ ସୁଧା ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ତାହା ସମ୍ଭବ ହୋଇପାରିବ।ବିଗତ ଦୁଇ ବର୍ଷ ମଧ୍ୟରେ ରୁଚିକା ମଙ୍ଗଳ ପକ୍ଷରୁ ୩୩ଟି ବାଲ୍ୟବିବାହ ଜନିତ ଅପରାଧିକ କେସ ରୁଜୁ କରିଛି ବିଭିନ୍ନ ଥାନାରେ। ଏପରିକି ପୁରୀ ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଜିଲ୍ଲାରେ ୧୫୦୦ ବାଲ୍ୟ ବିବାହ ରୋକିବା ଦିଗରେ ସଫଳ ହୋଇଛି । ରୁଚିଦା ଭଳି ୨୧୬ଟି NGO ସଂସ୍ଥା ଏନେଇ ୪୩୬ଟି ଜିଲ୍ଲାରେ ବାଲ୍ୟ ବିବାହରୋକିବା ଦିଗରେ କାମ କରୁଛନ୍ତି। ''
ଏନେଇ OSCPCR ଅଧକ୍ଷ ମନ୍ଦାକିନି କର କହିଛନ୍ତି, ''ବାଲ୍ୟ ବିବାହତ ହେଉଛି ଏଇଟା କୁ ବି ମାନିବାକୁ ପଡିବ ଯେହେତୁ ସ୍କୁଲରେ ଡ୍ରପ ଆଉଟ ସଖ୍ୟା ବଢୁଛି ବାଲ୍ୟ ବିବାହ ହାର ମଧ୍ୟ ବଢୁଛି । ୨୦୩୦ ସୁଧା ସାରା ଭାରତବର୍ଷ ବାଲ୍ୟ ବିବାହ ମୁକ୍ତ ପାଇଁ ଲକ୍ଷ୍ୟ ରଖିଛୁ । ଓଡି଼ଶାର ସ୍ଥିତି ଆଗ ଅପେକ୍ଷା ବହୁତ ଭଲ ଅଛି । ଲୋକମାନେ ସଚେତନ ହେଲେଣି, ପିଲା ମାନଙ୍କୁ ବିଦ୍ୟାଳୟକୁ ପଠାଉଛନ୍ତି। ନିଜ ଝିଅ ମାନଙ୍କୁ ଓ ପୁଅ ମାନଙ୍କୁ ମଧ୍ୟ ବିବାହ କରୁନାହାନ୍ତି। ଆଇନ କାନୁନ୍ ମଧ୍ୟ ଅବଗତ ନଥିଲେ ଏବେ ହେଲେଣି। ବିଶେଷ କରି ଯେଉଁମାନଙ୍କ ଭୂମିକା ଥାଏ ବିବାହ ସମୟରେ। ଟେଣ୍ଟ ବାଲା ହୁଅନ୍ତୁ କି ପୁଜାରୀ ବା ହୋଟେଲ ବାଲା ସମସ୍ତେ ବିବାହ ବୟସ ସମ୍ପର୍କରେ ଅବଗତ ହେଲେଣି। ଏପରିକି ପଞ୍ଚାୟାତସ୍ତରରେ ଜିଲ୍ଲା ସ୍ତରରେ ଲୋକେ ସଚେତନ ହେଲେଣି । ''
ସୁପ୍ରିମକୋର୍ଟଙ୍କ ଗାଇଡଲାଇନ:
ଯେଉଁଥିରେ ପ୍ରଥମତଃ ରାଜ୍ୟ ସରକାର ବା ରାଜ୍ୟ ସ୍ତରରେ ସବୁ ଜିଲ୍ଲା ପାଇଁ CMPO ଚାଇଲ୍ଡ ମାରେଜ ପ୍ରୋଭିସନ ଅଫିସର ଭାବେ ସରକାର ନିଯୁକ୍ତ କରିବେ। ଯେ କି ପ୍ରତି ତିନିମାସରେ ଥରେ ରାଜ୍ୟର ବାଲ୍ୟ ବିବାହର ସ୍ଥିତି ନେଇ ମହିଳା ଓ ଶିଶୁ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟକୁ ତଥ୍ୟ ସମ୍ପର୍କରେ ଅବଗତ କରାଇବେ। ଏନେଇ ଅପଡେଟ ତଥ୍ୟ ଓ୍ବେବସାଇଟରେ ତଥ୍ୟ ଉପସ୍ଥାପନା କରିବେ। ଜିଲ୍ଲାପାଳ ଓ ଏସପିଙ୍କୁ ଏନେଇ ଗୁରୁତ୍ବପୂର୍ଣ୍ଣ ଭାବେ ଦାୟିତ୍ବ ସହ ଉତ୍ତରଦାୟୀତ ଅଧିକାରr ଭାବେ ରହିବେ। ଜିଲ୍ଲାର ଏସପିଙ୍କ ତତ୍ବାବଧାନରେ ସ୍ପେଶିଆଲ ଜୁଭେନାଇଲ ପୋଲିସ ୟୁନିଟ ଭାବେ ଏକ ସ୍ବତନ୍ତ୍ର ଟିମ୍ ରଖିବେ । ଯେ କି କେବଳ ବାଲ୍ୟ ବିବାହ ରୋକିବା ଦିଗରେ କାମ କରିବେ। ଏଥି ସହ ରାଜ୍ୟରେ ଏକ ଚାଇଲ୍ଡ ମାରେଜ ପ୍ରୋଭିସନ ୟୁନିଟ ରହିବ । ଯେଉଁଥିରେ ରାଜ୍ୟର ସମସ୍ତ CMPO, ଜିଲ୍ଲା ସ୍ତରର ୫ଜଣ ସାମାଜିକ କର୍ମୀ ଅନ୍ତଃତ ଦୁଇ ଜଣ ମହିଳା ରହିବେ। ଏହି ୟୁନିଟ ଏନେଇ ବାଲ୍ୟ ବିବାହ କରିବାକୁ ଥିବା ନାବାଳିକାର ମାନସିକ ସ୍ଥିତି ଓ ଅଭିଯୋଗ ସମ୍ପର୍କରେ ତଦାରଖ କରିବେ।
ବିଚାର ବିଭାଗୀୟ କ୍ଷେତ୍ରର ଭୂମିକା
ବିଚାର ପ୍ରକ୍ରିୟା ବା କୋର୍ଟ କ୍ଷେତ୍ରରେ ଏଭଳି କିଛି ଘଟଣା କ୍ରମକୁ ନିଜ ଆଡୁ ମାମଲା ରୁଜୁ କରିବେ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଏକ କୋର୍ଟ ପ୍ରୋଭିସନ ଅଫ ଚାଇଲ୍ଡ ମାରେଜ ଆକ୍ଟ କୁ ତ୍ଵରିତ ବିଚାର ଓ ଶୁଣାଣି ପାଇଁ ଏକ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରିବେ। ଏଥିପାଇଁ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ଯଦି ଏହି ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ନିଜର କାମରେ ଅବହେଳା ବା ଦାୟିତ୍ବରେ ବିଳମ୍ବ କରିବେ ତେବେ ତାଙ୍କ ବିରୋଧରେ ବିଏନଏସ ର ଧାରା ୧୯୯ସି ଆଧାରରେ ବାଧ୍ୟତା ମୂଳକ କେସ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।
ପଞ୍ଚାୟତ ଓ ସ୍କୁଲ ସ୍ତରରେ ବ୍ୟାପକ ସଚେତନତା:
ଏନେଇ ସରକାର ଏକ ବାର୍ଷିକ ଯୋଜନା ପ୍ରସ୍ତୁତ କରି କିପରି ବାଲ୍ୟ ବିବାହ ରୋକାଯିବ ସେନେଇ ପଦକ୍ଷେପ ନେବେ। ପଞ୍ଚାୟତ ସ୍ତରରେ, ମହାନଗର ସ୍ତରରେ, ବିଜ୍ଞାପିତ ପରିଷଦ ଅଞ୍ଚଳରେ ସାମାଜିକ ସଂଗଠନ ଓ ପରା ଲିଗାଲ ଭଲ୍ୟୁଣ୍ଟର ଜରିଆରେ ଏନେଇ ସଚେତନତା ବ୍ୟାପକ କରିବେ। ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଏକ ପଞ୍ଚାୟତର ମୁଖିଆଙ୍କ ଜରିଆରେ ପଦକ୍ଷେପ ନେବେ। ଏଥିପାଇଁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ସାର୍ଟିଫିକେଟ ମଧ୍ୟ ଦେବା ପାଇଁ ବ୍ୟବସ୍ଥା ତିଆରି କରିବେ। ଏନେଇ ନିଯୁକ୍ତ ଥିବା CMPO ମାନେ ଏନେଇ ସ୍କୁଲ କଲେଜ ଧାର୍ମିକ ଅନୁଷ୍ଠାନ ପଞ୍ଚାୟତ ଗ୍ରାମର ପର୍ବ ପର୍ବାଣାରେ ଯାଇ ନିଜ ଯୋଜନା ଅନୁସାରେ ସଚେତନତା ତିଆରି କରିବେ। ଏନେଇ ରାଜ୍ୟ ସ୍ତରରେ ଏକ CSE କମ୍ପରେହନସିଭ ସେକସୁଆଲ ଏଜୁକେସନ ସମ୍ପର୍କରେ ମଧ୍ୟ ପାଠ୍ୟ ଖସଡ଼ା ପ୍ରସ୍ତୁତ କରି ଏନେଇ ବହି କିମ୍ବା ପୋଷ୍ଟର ବା ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଜରିଆରେ ଏଦିଗରେ କିପରି ଛାତ୍ରହଛାତ୍ରୀଙ୍କ ମଧ୍ୟରେ ଅଧିକ ସଚେତନ ହେବ ସେନେଇ ପଦକ୍ଷେପ ନେବେ। ମହିଳା ଓ ଶିଶୁ ହେଲ୍ପଲାଇନ ନମ୍ବର ସମସ୍ତ ଶିକ୍ଷାଗତ ବହି ବା ପୋଷ୍ଟରରେ ରହିବା ବାଧ୍ୟତା ମୂଳକ ବୋଲି କୁହାଯାଇଛି।
ଫଣ୍ଡ ଓ ଖର୍ଚ୍ଚ ପାଇଁ ବଜେଟ୍ ପ୍ରସ୍ତୁତ:
ଏନେଇ ରାଜ୍ୟ ସରକାର ବଜେଟରେ ବାଲ୍ୟ ବିବାହ ପାଇଁ ଆବଶ୍ୟକୀୟ ଏକ ବଜେଟ ରଖିବେ। ଯେଉଁଠି କେନ୍ଦ୍ର ମନ୍ତ୍ରଣାଳୟରର ଆସୁଥିବା ଫଣ୍ଡରୁ ସ୍ବତନ୍ତ୍ର ଭାବେ ବ୍ୟୟ ବରାଦ କରିବେ ରାଜ୍ୟ ସରକାର। ଏନେଇ ବାଲ୍ୟ ବିବାହର ପିଡିତାର ସଚେତନତା, ପାଠପଢ଼ା ଓ ଅନ୍ୟାନ୍ୟ ହସ୍ପିଟାଲ ବ୍ୟବସ୍ଥା ପାଇଁ ଏହି ଫଣ୍ଡ ଖର୍ଚ୍ଚ ହେବ। ଏନେଇ ଏକ ସ୍କଲାରସିପର ମଧ୍ୟ ବ୍ୟବସ୍ଥା କରି ଯେଉଁମାନେ ଏଭଳି ରିସ୍କ ନେଇବାଲ୍ୟ ବିବାହରୁ ମୁକ୍ତ ବା ବାଲ୍ୟ ବିବାହକୁ ପ୍ରତ୍ୟାଖାନ କରୁଛନ୍ତି ସେମାନଙ୍କ ପାଇଁ ଷ୍ଟାଇପେଣ୍ଡ ବ୍ୟବସ୍ଥା କରିବେ।
ସରପଞ୍ଚ ଠୁ ଜିଲ୍ଲାପାଳ ସଭିଏଁ ଦାୟୀ ରହିବେ:
ଯଦି କେଉଁଠି କେଉଁ ଅଞ୍ଚଳ ରେ କୌଣସି ଗୋଟିଏ ବାଲ୍ୟ ବିବାହ ରିପୋର୍ଟ ସାମ୍ନାକୁ ଆସେ ବା ଘଟେ ସେନେଇ ସ୍କୁଲର ପ୍ରଧାନ ଶିକ୍ଷକଠୁ ସରପଞ୍ଚ ,ସିଏମପିଓ, ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ। କାରଣ ସେମାନେ ଏହାକୁ କିଭଳି ମନିଟର କରିବେ ଓ ନିଜଅଞ୍ଚଳର ଏଭଳି ସମସ୍ୟା ପ୍ରତି କିପରି ରୋକିବା ନେଇ ପଦକ୍ଷେପ ନେବେ ତାହା ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନ୍ୟସ୍ତ ରହିବେ। ଆବଶ୍ୟକ ପଡ଼ିଲେ ସେମାନେ ମଧ୍ୟ ଏହି କାରଣ ପାଇଁ ଉତ୍ତରଦାୟୀ ରହିବେ । ଏନେଇ ସ୍କୁଲରୁ ଡ୍ରପ ଆଉଟ ହେଉଥିବା ଛାତ୍ର ଛାତ୍ରୀଙ୍କୁ ଟ୍ରାକ କରିବା ,ଏନେଇ ଗଣମାଧ୍ୟମ ଜରିଆରେ ସଚେତନତା ତିଆରି କରିବା, କେନ୍ଦ୍ରୀୟ ରିପୋର୍ଟ ପୋର୍ଟାଲ୍ ରେ ଏନେଇ ରିତିମତ ଭାବେ ଏସମ୍ପର୍କିତ ତଥ୍ୟ ଅପଡେଟ ଆଦି କରିବା । କଣ ଆକ୍ସନ ଓ କଣ ସୂଚନା ରହିଛି ସେନେଇ ତଥ୍ୟ ଅବଗତ କରାଇବା ଭଳି ଦାୟିତ୍ବ ମଧ୍ୟ ତିଆରି କରିବା। ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସ୍ଥାନୀୟ ସ୍କୁଲ ପ୍ରଧାନ ଶିକ୍ଷକ ଓ ସ୍ଥାନୀୟ ନେତା ବାଧ୍ୟ ୪୮ଘଣ୍ଟା ମଧ୍ୟରେ କୌଣସି ବାଲ୍ୟ ବିବାହ ଘଟଣା ଘଟିଥିଲେ ତୁରନ୍ତ ଦାୟିତ୍ବ ଥିବା ଅଧିକାରୀଙ୍କୁ ଅବଗତ କରିବା।
ସରକାରଙ୍କ ପାଇ ଆହ୍ବାନ:
- ପ୍ରତି ଜିଲ୍ଲା, ପ୍ରତି ସହର, ପ୍ରତି ଗ୍ରାମ ପଞ୍ଚାୟତକୁ ବାର୍ତ୍ତା ଦେବା
- ସାମାଜିକ ସଚେତନା ଓ ଲୋକଙ୍କ ଜରିଆରେ ସଚେତନ
- ପୂଜାରୀ ,ହୋଟେଲ ଓ ଟେଣ୍ଟ କର୍ମଚାରୀଙ୍କୁ ଅବଗତ
- ସରପଞ୍ଚ ଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ସଭିଙ୍କ ଗୁରୁଦାୟିତ୍ଵ, ସ୍କୁଲ ସ୍ତରରେ ଉପଯୁକ୍ତ ପ୍ରଚାର ପ୍ରସାର ବିବାହ ଶିକ୍ଷା ପ୍ରଦାନ ।
- ଜିଲ୍ଲା ଏସପିଙ୍କ ଅଧିନରେ ଥିବା ସ୍ବତନ୍ତ୍ର ୟୁନିଟର କାର୍ଯ୍ୟକ୍ଷମ
- ଡ୍ରପ ଆଉଟ ଉପରେ ଗୁରୁତ୍ବ ଦେବା ସହ ନଜର ରଖିବା
- ବାଲ୍ୟ ବିବାହ ପାଇଁ ସ୍ବତନ୍ତ୍ର ବଜେଟ ଉପରେ ସରକାର ଧ୍ୟାନ ଦେବା ଆବଶ୍ୟକ
ଇଟିଭି ଭାରତ, ଭୁବନେଶ୍ବର