ETV Bharat / state

ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଲା ଅଦିନିଆ ବର୍ଷା, ପାଣିରେ ଭାସୁଛି ବର୍ଷକର ଦାନା - RAIN DAMAGE PADDY CROP

ଅଦିନିଆ ବର୍ଷା ଦୋହଲାଇ ଦେଇଛି ଚାଷୀଙ୍କ ମନ । ବର୍ଷା ପାଣିରେ ବିଲରେ ଭାସୁଛି ଧାନ । ଚାଷୀଙ୍କୁ ଘାରିଛି ଅମଳ ଚିନ୍ତା।

Rains Damage Paddy Crop
Rains Damage Paddy Crop (ETV Bharat Odisha)
author img

By ETV Bharat Odisha Team

Published : Dec 22, 2024, 1:47 PM IST

Updated : Dec 23, 2024, 9:33 AM IST

ଜଗତସିଂହପୁର/ନିଆଳି/ବାଲେଶ୍ବର/କଟକ/ପୁରୀ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଚାଷୀର ବର୍ଷ ଯାକର ପରିଶ୍ରମ ଉପରେ ପ୍ରଭାବ ପାକାଇଛି । କେଉଁଠି ଧାନ କଟା ହୋଇ ପାଣିରେ ଭାସୁଛି ତ ଆଉ କେଉଁଠି ଧାନ ଗଛ ସବୁ ପାଣିରେ ଲୋଟି ପଡ଼ିଛି । ସେପଟେ ଅମଳ ହୋଇସାରିଥିବା ଧାନ ମଣ୍ଡିକୁ ନ ଯାଇପାରି ପାଣିରେ ଭିଜୁଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବର୍ଷା ସମ୍ପୂର୍ଣ୍ଣ ରାଜ୍ୟରେ ଚାଷୀଙ୍କ ମନକୁ ଦୋହଲାଇ ଦେଇଛି । ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ବର, କଟକ, ପୁରୀ ଅଞ୍ଚଳର ଚାଷୀ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ।

ହତାସ କଲା ବର୍ଷା:

ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାରେ ମୋଟ ଧାନଜମି ମଧ୍ୟରୁ 80 ପ୍ରତିଶତ ଖରିଫ ଋତୁରେ ଧାନଚାଷ କରାଯାଇଥାଏ । କିନ୍ତୁ ଅଦିନିଆ ବର୍ଷା ଫଳରେ ଧାନଚାଷ ବିଶେଷ ଭାବରେ କ୍ଷତିଗ୍ରସ୍ଥ ହୋଇଛି । ଜଗତସିଂହପୁର, ରଘୁନାଥ ପୁର, କୁଜଙ୍ଗ, ବିରିଡି, ବାଲିକୁଦା, ଏରସମା ନାଉଗାଁ ଓ ତିର୍ତ୍ତଲ ବ୍ଲକରେ ଧାନଚାଷ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ବିଲରେ ପାଚିଲା ଧାନ ପଡିଯିବା ସହିତ ପାଣିରେ ବୁଡି ରହିଛି ।

ଚିନ୍ତାରେ ଚାଷୀ:

Rains Damage Paddy Crop (ETV Bharat Odisha)

ରଘୁନାଥ ପୁର ବ୍ଲକ ଅନ୍ତର୍ଗତ ଗୋଠିଣା ପଞ୍ଚାୟତର ଚାଷୀ ଶଙ୍କର ଚରଣ ବେହେରା କହିଛନ୍ତି, "ଶୁକ୍ରବାର ଓ ଶନିବାର 2 ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଚାଷ କରିଥିବା 5 ଏକର ଚାଷଜମି ଜଳମଗ୍ନ ହୋଇଛି । ଅମଳ ସମୟରେ ଅଦିନିଆ ବର୍ଷା ବର୍ଷ ଯାକର ଆହାର ଉପରେ ପାହାର ଦେଇଛି । ଯଦି ବର୍ଷା କମେ ତେବେ ଧାନ ବିଲରୁ ପାଣି ସୁଖିବା ପାଇଁ 8 ଦିନ ଲାଗିବ । ଏହି 8 ଦିନ ମଧ୍ୟରେ ପଡି ଯାଇଥିବା ପାଚିଲା ଧାନ ଗଜା ହୋଇଯିବାର ସମ୍ଭାବନା ରହିଛି । ଯେଉଁ ଧାନ ଗଜା ହେବନି ସେଗୁଡିକ କଳା ଫିମ୍ପି ମାରିଯିବ । ଫଳରେ ସେ ଧାନକୁ ମଣ୍ଡି ରେ ମିଲର ନେବନି । ବର୍ଷ ଯାକର ଆହାର ଏହି ଅଦିନିଆ ବର୍ଷା ଛଡାଇ ନେଲା । ଋଣ ଆଣି ଚାଷ କରିଥିଲୁ ଏବେ ଫସଲ ନଷ୍ଟ ଚିନ୍ତା ଘରିଛି ।"

ଧାନ ଚାଷକୁ ଉଜାଡି ଦେଲା ବର୍ଷା:

ସେହିଭଳି ଆଉ ଜଣେ ଚାଷୀ ହେଉଛନ୍ତି ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମାଣପୁର ଗ୍ରାମର ନିରଞ୍ଜନ ବେହେରା । ସେ ଦୁଇ ଏକର ପାଖାପାଖି ଧାନ ଚାଷ କରିଥିଲେ । ହେଲେ ଅଦିନିଆ ବର୍ଷା ଧାନଚାଷକୁ ଉଜାଡି ଦେଇଥିବା କହିଛନ୍ତି । ପୌଷ ମାସରେ ଧାନ ଅମଳ ହେବା ସମୟ । ଧାନ ଅମଳ ହେବା ସମୟରେ ବର୍ଷା ହେବା ଫଳରେ ପାଚିଲା ଧାନ ଗୁଡିକ ସବୁ ପଡି ଯାଇଛି । ବିଲରେ ଆଣ୍ଠୁଏ ଉପରେ ପାଣି ଜମିଛି । ଧାନ ପାଣିରେ ବୁଡି ରହିଛି । ବିଲରେ ପାଣି କମିଲା ବେଳକୁ ତାହା ନଷ୍ଟ ହୋଇ ଯାଇଥିବ ବୋଲି କହିଛନ୍ତି ନିରଞ୍ଜନ। ତେବେ ଅଦିନିଆ ବର୍ଷା ଜଗତସିଂହପୁର ଧାନ ଚାଷୀଙ୍କ ଉପରେ ଗଭୀର ପ୍ରବାହ ପକାଇଛି । ଏହାକୁ ନେଇ ଜିଲ୍ଲା କୃଷି ବିଭାଗ ଅଧିକାରୀଙ୍କ ଶହ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ ।

କଟକରେ କେବେ ଖୋଲିବ ଧାନ ମଣ୍ଡି ?:

ସେପଟେ କଟକରେ ଜିଲ୍ଲାସ୍ତରୀୟ ଖରିଫ ୨୦୨୪-୨୫ ବର୍ଷ ସମୀକ୍ଷା ବୈଠକ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମବାୟ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଅଧ୍ୟକ୍ଷତା କରିଥିବା ବେଳେ କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ । ଆଗକୁ ଧାନ ମଣ୍ଡି ଖୋଲିବାକୁ ଥିବା ବେଳେ କିଭଳି ଭାବରେ ସୁରୁଖୁରୁରେ ଏହାକୁ ଆୟୋଜନ କରାଯିବ ସେ ନେଇ ଆଲୋଚନା କରାଯାଇଛି । ମଣ୍ଡିରେ ଚାଷୀ ଧାନ ଦେବା ପରେ ୪୮ ଘଣ୍ଟା ଭିତରେ ଟଙ୍କା ନିଜ ଆକାଉଣ୍ଟ ଜରିଆରରେ ପାଇବେ। ଏମିତି କି ମଣ୍ଡିରୁ ଦଲାଲି ସଂପୂର୍ଣ୍ଣ ଭାବେ ହଟାଯିବ । ବିନା ମିଡ଼ିଲ ମ୍ୟାନରେ ଧାନ କିଣା ବିକା କରାଯିବ। ଆଉ ମାତ୍ର ଅଳ୍ପଦିନ ଭିତରେ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ଧାନ ରଖିବା ପାଇଁ ପଲିଥିନ ପଠାଯିବା କାମ ଆରମ୍ଭ ହୋଇଗଲାଣି । ଚାଷୀଙ୍କ ପାଇଁ ମଣ୍ଡିରେ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବ। ସେହପରି ସ୍ଵୟଂ ସହାୟ ଗୋଷ୍ଠୀମାନକୁ ଏହାର ଦାୟିତ୍ୱ ଦିଆ ଯିବାର ନେଇ ଆଲୋଚନା କରାଯାଉଛି । ଯାହା ଫଳରେ ଧାନ ମଣ୍ଡିରୁ ଚାଷୀମାନେ ନଉଠି ସେହିଠାରେ ନିଜ ଟଙ୍କାରେ ଖାଇ ପାରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।

ଧାନକୁ ସୁରକ୍ଷିତ ପାଇଁ ଜରିପାଲ ବ୍ୟବସ୍ଥା:

ସେହିପରି ଧାନ ଅମଳ ସମୟରେ ଚାଷୀଙ୍କୁ ହତାସ କରିଛି ଲଘୁଚାପ ଜନିତ ବର୍ଷା । ଯାହାକୁ ନେଇ ଚିନ୍ତାରେ ଚାଷୀ କୁଳ । ବିଲରୁ ଧାନ ଆଣିବା ଓ ଅମଳ କରିବାକୁ ନେଇ ଦ୍ୱନ୍ଦରେ ଚାଷୀ । ଏହାରି ଭିତରେ ମଣ୍ଡିକୁ ଧାନ ଆଣିବା ଓ ମଣ୍ଡିରେ ଗଚ୍ଛିତ ଥିବା ଧାନ କିପରି ବିକ୍ରି ହେବ ତାକୁ ନେଇ ଚାଷୀଙ୍କ ମନରେ ପ୍ରଶ୍ନ ଉଠିଛି । ଏହି ପ୍ରତିକୂଳ ପରିସ୍ଥିତିରେ ମଣ୍ଡିରେ ଧାନ ସୁରକ୍ଷିତ ଅଛି । କୋହଲା ପାଗ ଓ ସାମନ୍ୟ ବର୍ଷା ପାଇଁ ମଣ୍ଡିରେ ଧାନକୁ ସୁରକ୍ଷିତ ରଖିବା ପାଇଁ ଜରି ପାଲ ବ୍ୟବସ୍ଥା କରାଯାଇଛି। ଯଦି କୌଣସି କ୍ଷତିର ଆକଳନ କରାଯାଏ ସେଥିପାଇଁ ମଧ୍ୟ ସଜାଗ ରହିଛନ୍ତି ସରକାର ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ତେବେ ସମୀକ୍ଷା ପୂର୍ବରୁ ସମବାୟ ମନ୍ତ୍ରୀ କଟକ ଜିଲ୍ଲା ବାରଙ୍ଗ ବ୍ଲକ ବ୍ରାହ୍ମଣ ଝରିଲୋ ଜଗନ୍ନାଥ ସେବା ସମବାୟ ସମିତି ଓ କଣ୍ଟାପଡା ଅଞ୍ଚଳର ବ୍ରାହ୍ମଣସାଇଲୋ, କଣ୍ଟାପଡା ସେବା ସମବାୟ ସମିତି ଧାନ ମଣ୍ଡି ବୁଲି ଦେଖିଛନ୍ତି l ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ମନ୍ତ୍ରୀ ମଣ୍ଡିରେ କିପରି ଧାନ କ୍ରୟ ନିମନ୍ତେ ବ୍ୟବସ୍ଥା ପଚାରି ବୁଝିଛନ୍ତି l ଚଳିତ ବର୍ଷ ଧାନ କ୍ରୟରେ ଯେପରି ଚାଷୀ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ନହୁଏ ସେଥି ପ୍ରତି ସରକାର ସଚେତନ ଥିବା ମନ୍ତ୍ରୀ କହିଛନ୍ତି l

ଅମଳ ଧାନ ଧୋଇନେଲା ଅଦିନିଆ ବର୍ଷା:

ସେହିପରି ଅଦିନିଆ ବର୍ଷାର ପ୍ରଭାବରେ ବାଲେଶ୍ବର ଜିଲ୍ଲାରେ ଚାଷୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବର୍ଷକର ଅମଳ ଆଖି ଆଗରେ ନଷ୍ଟ ହେବାକୁ ବସିଥିବା ବେଳେ ଚିନ୍ତାରେ ପଡିଛନ୍ତି ଚାଷୀ । ଏକର ଏକର ଚାଷ ଜମିରେ ବର୍ଷାପାଣି ଜମି ରହିବା ଯୋଗୁଁ କଟା ହୋଇଥିବା ଧାନ ଗଜା ହେବାକୁ ବସିଲାଣି । ଯେଉଁ ସବୁ କ୍ଷେତରେ ଧାନ କଟାଯାଇନାହିଁ ତାହା ଏବେ କାଟିବା ସମ୍ଭବ ହେଉନାହିଁ । ଏବେ ଏମିତି ପରିସ୍ଥିତି ଭିତରେ ଅନେକ କ୍ଷତି ସହିବା ଚିନ୍ତାରେ ଚାଷୀ ସରକାରୀ ସହାୟତା ଲୋଡିଛନ୍ତି । ଅଦିନିଆ ବର୍ଷାରେ ଉଜୁଡ଼ି ଯାଇଥିବା ଚାଷ ସମ୍ପର୍କରେ ବାଲେଶ୍ବର ସଦର ବ୍ଲକ ଅଞ୍ଚଳର ଚାଷୀ ସଞ୍ଜୟ ବାରିକ କହିଛନ୍ତି,"ତିନି ଚାରି ଏକର ଚାଷଜମି ଲୋନ କରି ଚାଷ କରିଥିଲି । ସବୁ କ୍ଷତି ହୋଇଗଲା । ଆଗକୁ ବର୍ଷା ବଢିବ, ପନି ପରିବା ମଧ୍ୟ କ୍ଷତି ହୋଇଛି । ସରକାର ଯଦି କିଛି ସାହାଯ୍ୟ କରିବେ ଲୋକ ଉପକୃତ ହେବେ । ନହେଲେ ଲୋକ ଭାସିଯିବେ । ଲୋକ ଖାଇବା ପାଇଁ ବି ବହୁତ ହଇରାଣ ହେବେ, ସବୁ ଜିନିଷ ଦରଦାମ ବଢିଯିବ । ଧାନ କିଛି କଟା ଯାଇଛି । ଯାହା କଟା ହୋଇନି ସେଗୁଡ଼ା ସବୁ ପାଣିରେ ପଡ଼ି ଗଜା ହୋଇଯିବ । ଏଥର ଚାଷ ଭଲ ହୋଇଥିଲା । ହେଲେ ଅଦିନିଆ ବର୍ଷା ଯୋଗୁଁ ସବୁ କ୍ଷତି ହୋଇଯିବ ।"

ବର୍ଷାରେ ପ୍ରଭାବିତ ପୁରୀ ଜିଲ୍ଲା ଚାଷୀ:

ଅନ୍ୟପଟେ ପୁରୀ ଜିଲ୍ଲା ନିମାପଡ଼ା, ଗୋପ, କାକଟପୁର, ପିପିଲି, କଣାସ, ଡେଲାଙ୍ଗ, ସତ୍ୟବାଦୀ ପ୍ରଭୃତି ସବୁ ଅଞ୍ଚଳ ଲଘୁଚାପଜନିତ ଲଗାଣ ବର୍ଷା ଚାଷୀର ଚିନ୍ତା ବଢାଇଛି । ଅମଳ ହେବାକୁ ଥିବା ପାଚିଲା ଧାନ ଚାଷ ଜମିରେ ପଡ଼ି ନଷ୍ଟ ହେଲାଣି । ଲଗାଣ ବର୍ଷା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି । ଧାନ ଫସଲ ଭଲ ହୋଇଥିଲା ଓ ଧାନ ଅମଳ ପରେ ଏହାକୁ ବିକ୍ରି କରି ଅନେକ କିଛି କରିବାର ସ୍ବପ୍ନ ଦେଖିଥିବା ଚାଷୀର ସ୍ଵପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ରହିଥିବା ବେଳେ ପାଚିଲା ଧାନ ବର୍ଷା ପବନରେ ଚାଷ ଜମିରେ ଧାନ ଫସଲ ତଳେ ପଡିଯିବାରୁ ଗଜା ହେବାକୁ ବସିଲାଣି । ସେପଟେ ଲଗାଣ ବର୍ଷା ଚାଷକୁ ପ୍ରଭାବିତ କରିଥିଲା ବେଳେ ଚାଷୀକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ..

ବିଲରେ ଭାସୁଛି ଧାନ, ବର୍ଷକର ରୋଜଗାର ପାଣିରେ ପକାଇ ଦେଲା ବର୍ଷା - PADDY CROP DAMAGE

ଚାଷୀଙ୍କ ଚିନ୍ତା ବଢ଼ାଇଲା ଲଘୁଚାପ ବର୍ଷା, ଅମଳ ଧାନ ଗଜା ହୋଇଯିବା ଭୟ - RAINFALL IN ODISHA

ସେପଟେ କେବେ ଖୋଲିବ ସରକାରୀ ମଣ୍ତି ଆଶା ଓ ଆଶଙ୍କାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଚାଷୀ । ଚଳିତ ବର୍ଷ ମୂଲ ମଜୁରୀ ମିଳିବା କଷ୍ଟ ବୋଲି କହିଛନ୍ତି ଚାଷୀ । ଅଦିନିଆ ବର୍ଷା ଯୋଗୁଁ ଉଜୁଡା ଧାନ ଫସଲକୁ ନେଇ ଚିନ୍ତାରେ ଧାନ ଚାଷୀ । ବର୍ଷା ପାଣିରେ ଲୋଟିଛି ପାଚିଲା ଧାନ ।

ଇଟିଭି ଭାରତ, ଜଗତସିଂହପୁର/ନିଆଳି/ବାଲେଶ୍ବର/କଟକ/ପୁରୀ

Last Updated : Dec 23, 2024, 9:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.