ଭାଙ୍ଗିବ ବେଆଇନ ଇଟିଭାଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶ ଦେଲେ ଯାଜପୁର ଜିଲ୍ଲାପାଳ - ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିର୍ଦ୍ଦେଶ

🎬 Watch Now: Feature Video

thumbnail

By

Published : Apr 17, 2023, 6:00 PM IST

ଯାଜପୁର: ଉତ୍ତପ୍ତ ଖରାକୁ ଦୃଷ୍ଟି ରଖି ବେଆଇନ ଇଟାଭାଟିକୁ ଭାଙ୍ଗିବାକୁ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଯାଜପୁରର ବରୀ ତହସିଲଦାର ଆରମ୍ଭ କରିଛନ୍ତି ଉଚ୍ଛେଦ ପକ୍ରିୟା  । ବରୀ ବ୍ଲକ ନେଉଲା ଗ୍ରାମରେ ବେଆଇନ ଭାବେ ଲଗାଯାଇଥିବା ଇଟାଭାଟିକୁ ନଷ୍ଟକଲା ଅଗ୍ନିଶମ ବାହିନୀ ।  ଆଗାମୀ ଦିନରେ ଏଭଳି ଯେଉଁମାନେ ବେଆଇନ ଇଟା ଭାଟି ଲଗେଇବେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବରୀ ତହସିଲଦାର ସୂଚନା ଦେଇଛନ୍ତି  । ସୂଚନାନୁଯାୟୀ, ଆଜି(ସୋମବାର) ବରୀ ତହସିଲଦାର, ପୋଲିସ ଓ ଅଗ୍ନିଶମ ବାହିନୀକୁ ଧରି ଅଚାନକ ପ୍ରତେକ ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରିଥିଲେ l ଇଟା ଭାଟି ପାଖରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିଥିଲେ । ଏଥିସହିତ ଯେଉଁ ଇଟା ଭାଟି ମାଲିକ ନିଜର ସଠିକ କାଗଜପାତ୍ର ଦେଖାଇ ପାରି ନଥିଲେ ଦମକଳ ବାହିନୀ ସେହି ସବୁ ଇଟାଭାଟିରେ ଜଳୁଥିବା ନିଆଁକୁ ଲିଭାଇ ସହ ଭାଟି ନଷ୍ଟ କରିଛି  । ଏହି ଚଢ଼ାଉ ଆହୁରି 3ରୁ 4ଦିନ ଚାଲିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.