ଗିରିଙ୍ଗିପନାସିଆ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ - ଯାଜପୁର ରୋଡ କୋର୍ଟ

🎬 Watch Now: Feature Video

thumbnail

By

Published : Apr 27, 2023, 4:05 PM IST

ଯାଜପୁର:  ଗିରିଙ୍ଗିପନାସିଆ ଗାଁରେ ହତ୍ୟାକାଣ୍ଡ ଘଟଣାରେ ଆଜି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛି । ଏନେଇ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ରୋଡ କୋର୍ଟରେ ଏଡିଜେ । ସୂଚନା ଅନୁଯାୟୀ ଗିରିଙ୍ଗିପନାସିଆ ଗାଁରେ ଗତ 2019 ମସିହାରେ ଏକ ଛେଳି ଚୋରୀ ଘଟଣାକୁ ନେଇ ଅଭିଯୁକ୍ତ ସୁକୁରା ମୁଣ୍ଡା ଜଗତ ମୁଣ୍ଡାଙ୍କୁ ହତ୍ୟା କରିଥିଲା  । ଜଗତ ମୁଣ୍ଡା ଘର ଖଟିଆରେ ବସିଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଥିବା ଝିଅ ଜେମା ମୁଣ୍ଡା କାଳିଆପାଣି ଥାନାରେ ଏତଲା ଦେଇଥିଲେ  । ଏହି ଘଟଣାର ତଦନ୍ତ କରି କାଳିଆପାଣି ପୋଲିସ କେଶ ନମ୍ବର 75/2019 ଦଫା 302ରେ ସୁକୁରା ମୁଣ୍ଡାକୁ କୋର୍ଟ ଚାଲାଣ କରିଥିଲେ l ତେବେ ଆଜି ଯାଜପୁର ରୋଡ କୋର୍ଟରେ ଏହି କେସର ଶୁଣାଣି କରିଛନ୍ତି ଅତିରିକ୍ତ ଜଜ୍‌ ହୃଷିକେଶ ଆଚାର୍ଯ୍ୟ l ବିଚାରପତି ହୃଷିକେଶ ଆଚାର୍ଯ୍ୟ 24ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ ଅଭିଯୁକ୍ତ ସୁକୁରା ମୁଣ୍ଡାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ 5 ହଜାର ଟଙ୍କା ଜୋରିମାନା କରିଥିବା ସୂଚନା ମିଳିଛି  l ଆଜି ଏହି କେଶକୁ ପରିଚାଳନା କରୁଥିଲେ ସରକାରୀ ଆଇନୀଜୀବୀ ରଜତ କୁମାର ରାଉତ ଓ ନିନେନ୍ଦୁ ରଞ୍ଜନ ଦାସ  l 


ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.