ଯାଜପୁରରେ ବର୍ଷା ପରେ ବନ୍ୟା ଚିନ୍ତା, ବଢୁଛି ଜଳସ୍ତର - ଯାଜପୁରରେ ବର୍ଷା ପରେ ବନ୍ୟା ଚିନ୍ତା

🎬 Watch Now: Feature Video

thumbnail

By

Published : Aug 12, 2022, 8:04 PM IST

Updated : Feb 3, 2023, 8:26 PM IST

ଯାଜପୁର: ଲଗାଣ ବର୍ଷା ପରେ ବନ୍ୟା ଚିନ୍ତା । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀ ଏବଂ ଏହାର ଶାଖା ନଦୀରେ ପ୍ରଥମ ବନ୍ୟା ଆସିଛି । ଆଖୁଆପଦା ଠାରେ ନଦୀ ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି ଜଳସ୍ତର । ଫଳରେ ଯାଜପୁର ଜିଲ୍ଲାର ଦଶରଥପୁର ଏବଂ କୋରେଇ ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି । ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନଦୀ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ପଡ଼ିଲେ ଉଚ୍ଚ ସ୍ଥାନକୁ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳରେ ଥଇଥାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.