୫ଦଫା ଦାବି ନେଇ ଆମରଣ ଅନଶନରେ ବ୍ରହ୍ମପୁର ମଣ୍ଡଳ କାରାଗାର କାରାରକ୍ଷୀ - ବ୍ରହ୍ମପୁର କାରାରକ୍ଷୀଙ୍କ ଆନ୍ଦୋଳନ
🎬 Watch Now: Feature Video


Published : Sep 26, 2023, 3:25 PM IST
ବ୍ରହ୍ମପୁର : ପାଞ୍ଚ ଦଫା ଦାବି ନେଇ ଅମରଣ ଅନଶନରେ ବ୍ରହ୍ମପୁର ମଣ୍ଡଳ କାରାଗାରର କାରାରକ୍ଷୀ। ଦୀର୍ଘ ବର୍ଷ ଧରି ବିଭିନ୍ନ ଦାବିକୁ ନେଇ ସରକାରଙ୍କ ସହ ବାରମ୍ବାର ଉପସ୍ଥାପନା କରାଯିବା ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀମାନେ। ପ୍ରଥମେ କଳାବ୍ୟାଜ ପରିଧାନ କରିବା ପରେ ବର୍ତ୍ତମାନ ନିଜର ଦାବି ପୂରଣ ପାଇଁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିଛନ୍ତି । ସାରା ରାଜ୍ୟରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ବ୍ରହ୍ମପୁର ମଣ୍ଡଳ କାରାଗାରରେ କାରାରକ୍ଷୀ ମାନେ ୫ ଦଫା ଦାବି ପୂରଣ ଦାବିରେ ଜାରି ରହିଛି ଏହି ଆନ୍ଦୋଳନ।
ଏହା ମଧ୍ୟ ପଢନ୍ତୁ- 5 ଦଫା ଦାବିରେ ଆମରଣ ଅନଶନରେ ଜେଲ କର୍ମଚାରୀ
ଦୀର୍ଘ ଦିନ ଧରି କର୍ମଚାରୀ ମାନେ ଗ୍ରେଡ୍ ପେ ବୃଦ୍ଧି ସମେତ ପୁରୁଣା ପଦୋନ୍ନତି ନିୟମ ଲାଗୁ କରିବା, ନିଜ ଉପଖଣ୍ଡସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ବୃଦ୍ଧି କରିବା ଓ ୧୩ ମାସିଆ ଦରମା ବୃଦ୍ଧି ପାଇଁ ଦାବି କରି ଆସୁଛନ୍ତି । ତେବେ ଏହି ଦାବି ପୂରଣ କରିବା ପାଇଁ ପୂର୍ବରୁ ସଙ୍ଗଠନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ସ୍ଥଗିତ ରଖିଥିଲେ । ହେଲେ ସେହି ଆଲୋଚନାକୁ ଇତି ମଧ୍ୟରେ ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏନେଇ ରାଜ୍ୟ ସଂଘର ଆହ୍ବାନ କ୍ରମେ ଅନଶନକୁ ଓହ୍ଲାଇଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାରର ସମସ୍ତ କାରାରକ୍ଷୀ।
ଇଟିଭି ଭାରତ, ବ୍ରହ୍ମପୁର