thumbnail

By

Published : May 6, 2023, 9:06 PM IST

ETV Bharat / Videos

'ଚାକିରି ପାଇବା ମାନସିକତା ଅପେକ୍ଷା ଚାକିରି ଦେବା ମାନସିକତା ଶ୍ରେୟସ୍କର'

ରାଇରଙ୍ଗପୁର: ଆଜି ମହାମହିମ ରାଷ୍ଟ୍ରପତି ୩ଦିନିଆ ଗୃହ ଜିଲ୍ଲା ମୟୂରଭଞ୍ଜ ଗସ୍ତର ଶେଷ ଦିନରେ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସେ ଉଦବୋଧନ ଦେଇ କହିଥିଲେ ଯେ ସର୍ବଦା ଦେଶ ପାଇଁ କାମ କରିବା ଉଚିତ । ଚାକିରି ଖୋଜିବା ବ୍ୟତୀତ କିପରି ଚାକିରି କରିବାର ମାନସିକତା ଅପେକ୍ଷା ଚାକିରି ଦେବା ଉପରେ ଛାତ୍ରଛାତ୍ରୀ ଅଧିକ ଗୁରୁତ୍ବ ଦେବା ଉଚିତ । ଛାତ୍ର ଜୀବନ ସମୟରେ ଡିଗ୍ରୀ ହାସଲ କରିବା ଅର୍ଥ ନୁହେଁ ଯେ ପାଠପଢା ସରିଗଲା, ପାଠପଢା କେବେ ସରେ ନାହିଁ । ଏହା ସାରା ଦିନ ଚାଲିଥାଏ । ଏଠାରୁ ପାଠପଢା ଶେଷ କରିବା ପରେ ଅନେକ ଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଚାକିରି କରିବେ । ତେବେ ଚାକିରି ମାନସିକତା ଅପେକ୍ଷା ଚାକିରି ଦେବା ଶ୍ରେୟସ୍କର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ।  

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.