ଗଗନଯାନ କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ, ଦେଖନ୍ତୁ ଭିଡିଓ - ଗଗନଯାନ ମିଶନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/21-10-2023/640-480-19823288-thumbnail-16x9-dhf.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 21, 2023, 12:28 PM IST
ହାଇଦ୍ରାବାଦ: ମାନବ ମିଶନ କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ପ୍ରଥମ ପଦକ୍ଷେପ ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ସକାଳ 10ଟାରେ ଗଗନଯାନ କ୍ରୁ ମଡ୍ୟୁଲର ପରୀକ୍ଷଣ ସଫଳ ହୋଇଛି । କ୍ରୁ ମଡ୍ୟୁଲାର 17 କିଲୋମିଟର ଉପରକୁ ଉଠି ପାରାସୁଟ୍ ମାଧ୍ୟମରେ ପୁଣି ତଳକୁ ଖସିଛି । ଉତକ୍ଷେପଣର 11.9 କିଲୋମିଟର ଉଚ୍ଚରେ ଟିଭି ଡି-1ରେ ରହିଥିବା ପାରାସୁଟ ଖୋଲିଥିଲା । ଏହା ସାହାଯ୍ୟରେ ସଫଳତାର ସହିତ ବଙ୍ଗୋପସାଗର ଜଳରାଶିରେ ସଫଳତା ସହ ଅବତରଣ କରିଥିଲା । ତେବେ ଇସ୍ରୋର ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ତେବେ ମିଶନ ସଫଳ ହେବା ପରେ ବୈଜ୍ଞାନିକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା । ତେବେ ସମୁଦ୍ରରେ ଅବତରଣ କରିଥିବା କ୍ରୁ' ମଡ୍ୟୁଲକୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନାର ଏକ ଟିମ୍ ଅଭିଯାନ ଚଳାଇଥିବା ବେଳେ ଉକ୍ତ କାର୍ଯ୍ୟ ମଧ୍ୟ ସଫଳତାର ସହ ଶେଷ ହୋଇଥିବା ଦେଖାଯାଇଛି । ଦେଖନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା...
ଏହା ମଧ୍ୟ ପଢନ୍ତୁ: Mission Gaganyaan: ସଫଳ ହେଲା ଟେଷ୍ଟ ଫ୍ଲାଇଟ, ଉତ୍କ୍ଷେପଣ ହେଲା TV D1
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ