ପରିକ୍ରମା ପ୍ରକଳ୍ପ ପାଇଁ ମାଁ ଭଣ୍ଡାର ଘରେନଙ୍କୁ ନିମନ୍ତ୍ରଣ

🎬 Watch Now: Feature Video

thumbnail

Parikrama Project:ଭବାନୀପାଟଣା:  ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ପୁରୀରୁ ଆସି କଳାହାଣ୍ଡିର ଆରାଧ୍ୟା ଦେବୀ ମାଁ ଭଣ୍ଡାର ଘରେନ ଓ ପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ । ପୁରୀରୁ ଆସି ଆଜି ଭବାନୀପାଟଣାଠାରେ ପହଞ୍ଚିଥିଲେ ପୁରୀ ମନ୍ଦିରର ୩ ଜଣ ସେବାୟତ । ସାଙ୍ଗରେ ହଳଦିଆ ଚାଉଳ, ଗୁଆ ଓ ନିମନ୍ତ୍ରଣ ପତ୍ର ଆଣିଥିଲେ ସେବାୟତ ଟିମ୍। ଏହି ନିମନ୍ତ୍ରଣ ନେଇ ସେବାୟତ ପହଞ୍ଚିବା ପରେ ଘଣ୍ଟ ଓ ସଂକୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ । 

ଏହା ମଧ୍ୟ ପଢନ୍ତୁ...ପରିକ୍ରମା ପ୍ରକଳ୍ପ ପାଇଁ ଦାରୁକ୍ଷେତ୍ର ଓ ଅନନ୍ତ ପୁରୁଷୋତ୍ତମ ଦେବଙ୍କୁ ନିମନ୍ତ୍ରଣ

ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଆୟୋଜନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିରବାଦ୍ୟ ଘୁମୁରାର ତାଳେତାଳେ ନିମନ୍ତ୍ରଣ ନେଇଆସିଥିବା ଅତିଥିକୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ଜିଲ୍ଲାବାସୀ । ପରେ ମନ୍ଦିରର ପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା । ଏହି ନିମନ୍ତ୍ରଣକୁ ମନ୍ଦିରର ମୁଖ୍ୟ ପୂଜକ ଅଜୟ ମହାପାତ୍ର ଗ୍ରହଣ କରିଥିଲେ । ଏହାପରେ ଆରାଧ୍ୟା ଦେବୀ ମାଁ ଭଣ୍ଡାର ଘରେନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.