CM Naveen Talks to Vikas Khanna: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଅନ୍ତର୍ଜାତୀୟ ସେଫ ବିକାଶ ଖାନ୍ନା - Vikas Khanna Unveiled Konark Wheel In NYC
🎬 Watch Now: Feature Video
Published : Aug 24, 2023, 10:42 PM IST
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସେଫ ତଥା ଉଦ୍ୟୋଗୀ ବିକାଶ ଖାନ୍ନା । ବିକାଶଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟର ବିକାଶ ଉଚ୍ଚପ୍ରଶଂସା କରିଛନ୍ତି । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ, ଉଦ୍ୟୋଗୀ ତଥା ଲେଖକ ବିକାଶ ଖାନ୍ନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ନିକଟରେ ବିକାଶ ସ୍ବାଧୀନତା ଦିବସ ପାଳନ ଅବସରରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ରର ଏକ ପ୍ରତିରୂପ ସ୍ଥାପନ କରି ଚର୍ଚ୍ଚାର ରହିଥିଲେ । ଏହି ଆଲୋଚନା ସମୟରେ ବିକାଶ ଓଡିଶାର କଳା, ସ୍ଥାପତ୍ୟ, ସଂସ୍କୃତି, ଐତିହ୍ୟ ଓ ଖାଦ୍ୟ ପରମ୍ପରାର ଉଚ୍ଚପ୍ରଶଂସା କରିଛନ୍ତି । ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ ସମୟରେ ତାଙ୍କର ସୁଖଦ ଆଧ୍ୟାତ୍ମିକ ଅନୁଭୂତି ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଛନ୍ତି । ବିକାଶ କ୍ଷେତ୍ରରେ ଓଡିଶା ଦ୍ରୁତ ଅଗ୍ରଗତି କରୁଛି ବୋଲି ସେ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଢ ଓ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ତଥା ମାନବବାଦୀ ଚିନ୍ତାଧାରାର ସେ ଉଚ୍ଚପ୍ରଶଂସା କରିଛନ୍ତି । କୋଣାର୍କ ଚକ୍ର ବିଶ୍ବ ଏକତାର ପ୍ରତୀକ ବୋଲି ସେ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ବିକାଶଙ୍କ ସୃଜନଶୀଳତା ଓ ଔଦ୍ୟୋଗୀକ ମନୋଭାବର ପ୍ରଶଂସା କରିଛନ୍ତି । ବିକାଶଙ୍କୁ ଓଡିଶା ଆସିବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ଥିଲେ ।
ଏହାବି ପଢନ୍ତୁ- ଓଡିଶା କଳା ଦେଖିଲା ଆମେରିକା, ନ୍ୟୁୟର୍କରେ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ଉନ୍ମୋଚିତ
ଇଟିଭି ଭାରତ, ଭୁବନେଶ୍ବର