International Day for Older Persons: ପଦ୍ମଶ୍ରୀ କମଳା ପୂଜାରୀ ଓ ଗୋବର୍ଦ୍ଧନ ପାନିକା ସମ୍ମାନିତ

By ETV Bharat Odisha Team

Published : Oct 1, 2023, 9:48 PM IST

thumbnail

କୋରାପୁଟ: ଟାଉନ ହଲ ଠାରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ । କୋରାପୁଟର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପବିଭାଗ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାୟକ ରଘୁରାମ ପଡ଼ାଲ ମୁଖ ଅତିଥି ଭାବେ ଯୋଗଦାନ କରି ପିତା ମାତା, ଅଜା-ଆଈ, ଜେଜେ ବାପା, ଜେଜେ ମା'ଙ୍କ ଯତ୍ନ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହିତ ସେମାନଙ୍କୁ ସଦା ସର୍ବଦା ସମ୍ମାନ ଦେବା ପାଇଁ ଆଜିର ଯୁବପିଢ଼ିଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ ପଦ୍ମଶ୍ରୀ କମଳା ପୂଜାରୀ ଓ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକାଙ୍କ ସମେତ ଜିଲ୍ଲାର କିଛି ବୟସ୍କ ମହିଳା ଓ ପୁରୁଷଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା । 
 

ଏହା ବି ପଢନ୍ତୁ...World Senior Citizen Day: ବରିଷ୍ଠ ନାଗରିକଙ୍କ ମୌଳିକ ସୁବିଧା ସମ୍ପର୍କରେ ଆଲୋଚନା

ଏହି କାର୍ଯ୍ୟକ୍ରମ ସକାଳ 7ଟାରୁ ଆରମ୍ଭ କରାଯାଇ ସର୍ବପ୍ରଥମେ ବରିଷ୍ଠ ନାଗରିକଙ୍କୁ ଯୋଗ-ପ୍ରାଣାୟାମ ଉପରେ ବୁଝାଯାଇଥିଲା । ଏହାପରେ ସମସ୍ତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ଓ ପରିଶେଷରେ ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ସଂସ୍କୃତିକ କରାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟବିଭାଗ, ଅଗ୍ନିଶମ ବିଭାଗ ଏବଂ ଏକତା ବେସରକାରୀ ଅନୁଷ୍ଠାନ କର୍ମଚାରୀମାନେ ସହାୟତା କରିଥିଲେ । ବରିଷ୍ଠ ନାଗରିକମାନଙ୍କ ଅବଦାନ ଏବଂ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଜନଚେତନା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.