thumbnail

ଉଦଯାପିତ ହେଲା ତିନି ଦିନିଆ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ

By ETV Bharat Odisha Team

Published : Jan 14, 2024, 10:52 PM IST

International Craft Summit: ଯାଜପୁର: ଜିଲ୍ଲାର ବ୍ୟାସନଗର ସ୍ଥିତ ହୋଟେଲ ଯଯାତି କୋଟୟାର୍ଡରେ ଉଦଯାପିତ ହୋଇଛି ତିନି ଦିନିଆ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ । ଆଜିର ଉଦଯାପନୀ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ବଲିଉଡ଼ ଅଭିନେତା ବବନ ଇରାନୀ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଭାରତ ସମେତ 18ଟି ଦେଶର ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିଥିଲେ । ଏଭଳି ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ବିଦେଶୀ ପ୍ରତିନିଧି ଖୁସିବ୍ୟକ୍ତ କରିବା ସହିତ ନିଜର ଅଭିଜ୍ଞତା ବ୍ୟକ୍ତ କରିଥିଲେ ।

ତେବେ ଉଦଯାପନୀ ଉତ୍ସବରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିଲାଭ କରିଥିବା 20ରୁ ଊର୍ଦ୍ଧ୍ବ କଳାକାର ଓ ହସ୍ତଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତିନି ଦିନ ମଧ୍ୟରେ ଅନ୍ୟୁନ 75ଜଣ ବ୍ୟକ୍ତି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ହସ୍ତଶିଳ୍ପର ଉନ୍ନତି, ଭିତ୍ତିଭୂମିର ବିକାଶ, କାରିଗର, କଳାକାର ଓ ଶିଳ୍ପୀଙ୍କୁ ପ୍ରୋତ୍ସାହନ ଆଦି ଉପରେ ଚର୍ଚ୍ଚା ହେଇଥିଲା । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନେତୃତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ଏହି ସମ୍ମିଳନୀ ଦେଶ ଓ ବିଦେଶୀରେ ରାଜ୍ୟ ରାଜ୍ୟ କଳା ସଂସ୍କୃତି ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି । ପରିଶେଷରେ ଦେଶ ଓ ଦେଶ ବାହାରୁ ଆସିଥିବା ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ଯଯାତିକୁଟୀରରେ ବଲିଉଡ଼ ଅଭିନେତ୍ରୀ ରାଧିକା, ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀରେ ସାମିଲ

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.