ଇନ୍ଦ୍ରାବତୀ ଜଳଭଣ୍ଡାର ଛାଡ଼ିଲା ପାଣି, ଉତ୍ସାହିତ ଚାଷୀ

By ETV Bharat Odisha Team

Published : Jan 8, 2024, 7:52 PM IST

thumbnail

Indravati Canal Project: ଭବାନୀପାଟଣା: ଇନ୍ଦ୍ରାବତୀ ବାମ ଦକ୍ଷିଣ ଓ ମେଗା ଲିଫ୍ଟ କେନାଲ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଣ ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଜିଲ୍ଲାର ଅର୍ଥନୀତି ଓ କର୍ମ ଯୋଗାଣ କ୍ଷେତ୍ରରେ ଜୀବନ ରେଖା ପାଲଟି ଥିବା ବେଳେ ଏହା ଚାଷୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ।  

ଦୁଇଟି ଫସଲ ଚାଷ ପାଇଁ ଚାଷୀ ଅଣ୍ଟା ଭିଡ଼ି ଥିବା ବେଳେ ଚଳିତ ରବି ଜଳସେଚନ ବାମ ମୁଖ୍ୟ କେନାଲରେ ୩୧୩୧୫, ଦକ୍ଷିଣ ମୁଖ୍ୟ କେନାଲରେ ୨୦୦୭୩ ଓ ମେଗା ଲିଫ୍ଟ କେନାଲରେ ୧୬୬୪୫ ହେକ୍ଟର ସହ ମୋଟ ୭୧, ୨୭୪ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇ ଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଜିଲ୍ଲାର ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା, ଧର୍ମଗଡ଼, ଗୋଲମୁଣ୍ଡା, ଭବାନୀପାଟଣା ଓ କେସିଙ୍ଗା ବ୍ଳକର ୩୩୫ଟି ଗାଁରେ ଜଳ ଯୋଗାଣ କରାଯିବ । ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ବର୍ତ୍ତମାନ ୬୩୬.୪୫ମିଟର ଜଳସ୍ତର ଥିବାରୁ ଚାଷୀଙ୍କ ମଧ୍ୟରେ ଏବେଠୁ ସୁରକ୍ଷିତ ଜଳସେଚନକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଲାଣି । ପର୍ଯ୍ୟାୟ କ୍ରମେ ଜଳସେଚନ ସହିତ ସ୍ୱଳ୍ପ ମିଆଦି କିଷମର ଧାନ ଚାଷ କରିବା ପାଇଁ ଚାଷୀଙ୍କୁ ନିବେଦନ କରିଛନ୍ତି ବିଭାଗୀୟ ଅଧିକାରୀଙ୍କୁ । ସେପଟେ ଗତ ଦୁଇ ବର୍ଷ ଇନ୍ଦ୍ରାବତୀ କେନାଲ କାମ ଚାଲିବା ଯୋଗୁଁ ରବି ଋତୁ ଧାନ ଚାଷ ବନ୍ଦ ରହିଥିଲା । ଯାହା ଫଳରେ ଚାଷୀ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥିଲେ । ହେଲେ ପୁଣିଥରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ରବି ଋତୁ ପାଇଁ ଜଳସେଚନ ପ୍ରକ୍ରିୟା ଆରମ୍ଭ ହେବାରୁ ଚାଷୀ ବେଶ୍ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ....ରବି ଫସଲ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟରୁ ଜଳସେଚନର ସୁବିଧା ଦେବାକୁ ଦାବି

ଇଟିଭି ଭାରତ, କଳାହାଣ୍ଡି  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.